ଅନଲକ ୬ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ଗୃହ ମନ୍ତ୍ରାଳୟ।

ନୂଆଦିଲ୍ଲୀ : ଦୀର୍ଘ ୮ ମାସ ଧରି ଭାରତରେ କରୋନା ମହାମାରୀ ଯୋଗୁଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଲକଡାଉନ ସଟଡାଉନ ଏହି ଅନଲକ ପ୍ରକ୍ରିୟାର ଏକ ପର୍ଯ୍ୟାୟ। ତେବେ ଅନଲକ ୬ ପାଇଁ ଗାଇଡଲାଇନ ଜାରି କରାଯାଇଛି।ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। କଣ୍ଟେନମେଣ୍ଟ ଜୋନ ପାଇଁ ନଭେମ୍ବର ୩୦ ପର୍ଯ୍ୟନ୍ତ ଲକଡାଉନ କଡାକଡି କରାଯିବ। ଅନଲକ ୫ ରେ ଯେଉଁ ସବୁ କଟକଣା କୋହଳ କରାଯାଇଥିଲା ସେହି ସବୁ ନଭେମ୍ବର ଶେଷ ଯାଏଁ ଜାରି ରହିବ। ଅନଲକ ୫ ରେ ସର୍ତ୍ତମୂଳକ ଭାବେ ସିନେମା ଘର, ସ୍କୁଲ, ରାଜନୈତିକ ସଭା, ଧାର୍ମିକ ଅନୁଷ୍ଠାନକୁ ଅନୁମତି ଦିଆଯାଇଥିଲା। ଅନ୍ୟପକ୍ଷରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଯାହା ଏକ ଭଲ ଖବର। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଦେଶରେ ସୁସ୍ଥ ହାର ବୃଦ୍ଧି ପାଇଛି। ଦେଶରେ ସୁସ୍ଥ ହାର ୯୦.୬୨ ପ୍ରତିଶତ ରହିଛି। ମୃତ୍ୟୁ ହାର ମଧ୍ୟ ୧.୫୦ ପ୍ରତିଶତ ହ୍ରାସ ପାଇଛି। ଅନଲକ ୬ ରେ ସୁଇମିଂ ପୁଲ ବନ୍ଦ ରହିଛି। ତେବେ ଯାତାୟତ ପାଇଁ ଗୋଟିଏ ରାଜ୍ୟ କୁ ଅନ୍ୟ ରାଜ୍ୟ କୁ ଗାଡିର ପରମିଟ ଆବଶ୍ୟକ ନାହିଁ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here