ମରାମତି ହେବ ବାଇଶିପାହାଚ

ପୁରୀ : ଶ୍ରୀ ମନ୍ଦିର ବାଇଶି ପାହାଚର ହେବ ମରାମତି। ବାଇଶି ପାହାଚ ବହୁତ ପୁରୁଣା ହୋଇ ଯାଇଥିବାରୁ ଏଭଳି ନିଷ୍ପତି ନିଆଯାଇଛି। ସେଥିପାଇଁ ଏଏସ୍ଆଇ ଟିମ ଶ୍ରୀ ମନ୍ଦିରରେ ପହଞ୍ଚି ପ୍ରତିଟି ପାହାଚର ମାପଚୁପ କରିବା ସହ ମନ୍ଦିରର ଅନୁଧ୍ୟାନ କରିଛନ୍ତି।

ସୂଚନାନୁଯାୟୀ, ଆଜି ଏଏସ୍ଆଇ ଟିମ ଶ୍ରୀ ମନ୍ଦିରରେ ପହଞ୍ଚି ବାଇଶି ପାହାଚର ଯାଞ୍ଚ କରିଛନ୍ତି। ଏହି ଅନୁଧ୍ୟାନରେ ପ୍ରତିଟି ପାହାଚର ପଥରକୁ ଗୁରୁତ୍ୱ ଦିଆଯାଇଛି। ଯଦି କୌଣସି ପରିସ୍ଥିତିରେ ପଥର ଖରାପ ପଡେ, ତାହାଲେ ପୁନଃ ନୂଆ ପଥର ବ୍ୟବହାର ପାଇଁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ। ସେହିଭଳି ମହାଲକ୍ଷ୍ମୀ ମନ୍ଦିରର ପୁନଃ ମରାମତି ପାଇଁ ଯାଞ୍ଚ କରାଯିବ। ତେବେ ଶ୍ରୀମନ୍ଦିର ପ୍ରଶାସନ ସହ ଆଲୋଚନା କରିବା ପରେ ହିଁ ସମସ୍ତ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜଣା ପଡ଼ିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here