ଉପନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ ପଟ୍ଟନାୟକ

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ ନବୀନ। ଆସନ୍ତାକାଲି ତିର୍ତ୍ତୋଲ ଉପନିର୍ବାଚନ ପାଇଁ ନବୀନ ପଟ୍ଟନାୟକ ଡିଜିଟାଲ ମାଧ୍ୟମ ଜରିଆରେ ପ୍ରଚାର କରିବେ। ଏହାର ପରଦିନ ଅର୍ଥାତ ୨୯ ତାରିଖରେ ନବୀନ ବାଲେଶ୍ୱର ଉପ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର କରିବେ।ଏହି ଦୁଇ ବିଧାନସଭା ଆସନ ହାତେଇବାକୁ ବିଜେଡି ଜୋରଦାର କସରତ କରୁଛି। ତିର୍ତ୍ତୋଲରେ ଦଳ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରିଥିବାବେଳେ, ବାଲେଶ୍ୱରରେ ଦଳ ନୂଆ ମୁହଁ ସ୍ୱରୂପ ଦାସଙ୍କୁ ପ୍ରାର୍ଥୀ କରିଛି। ନଭେମ୍ବର ୩ ତାରିଖରେ ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ ନିର୍ବାଚନ ଭୋଟ୍ ହେବ।

କିଛିଦିନ ତଳେ ବିଜେପି ପ୍ରାର୍ଥୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିବା ବେଳେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here