ସ୍ୱାମୀ ଆଗରେ ପତ୍ନୀ ଙ୍କୁ ଦୁଷ୍କର୍ମ : ଢାବା ମ୍ୟାନେଜର ଗିରଫ।

ଭୁବନେଶ୍ବର : ସମାଜରେ ନାରୀ କେତେ ଅବହେଳିତ କେତେ ନିର୍ଯାତିତ ଏକଥା ଆଉ ଅଛପା ନାହିଁ। ଭୁବନେଶ୍ବର ରେ ସ୍ୱାମୀ ଆଗରେ ପତ୍ନୀ ଙ୍କୁ ଦୁଷ୍କର୍ମ କରିବା ଭଳି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମାଷ୍ଟରକ୍ୟାଣ୍ଟିନ୍ ବସଷ୍ଟାଣ୍ଡରୁ ବାହାରିବା ରାସ୍ତାରେ ରହିଥିବା ଏକ ଢାବାରେ ଏକ ଦମ୍ପତ୍ତି କାମ କରନ୍ତି। ଢାବାର ମ୍ୟାନେଜର ଦୀର୍ଘ ଦିନ ହେବ ମହିଳାଙ୍କ ଉପରେ ଆଖି ପକାଇଥିଲା। ତେବେ ଶନିବାର ସନ୍ଧ୍ୟାରେ ଢାବାରେ କେହି ନ ଥିବାର ସୁଯୋଗ ନେଇ ମହିଳାଙ୍କୁ ଦୁଷ୍କର୍ମ କରିଥିଲା। ସେହି ସମୟରେ ମହିଳାଙ୍କ ସ୍ୱାମୀ ବାହାରୁ ଆସି ପ୍ରତିବାଦ କରିବାରୁ ମ୍ୟାନେଜର ମାଡ ମାରିବା ସହ ଚାକିରି ରୁ ବାହାର କରିବା ଧମକ ଦେଇଥିଲା। ଗରିବ ଦମ୍ପତ୍ତିଙ୍କ ପାଖାରେ ଅନ୍ୟ କୌଣସି ଉପାୟ ନ ଥିବାରୁ ଦୁହେଁ ଚୁପ ରହିଥିଲେ। ସୂଚନାଯୋଗ୍ୟ ଯେ ପୂର୍ବରୁ ଅନେକ ଥର ଏହି ଢାବା ଉପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତେବେ କୌଣସି ସୂତ୍ରରୁ ଖବର ପାଇ କ୍ୟାପିଟାଲ ଥାନା ଇନସପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଢାବା ଉପରେ ଚଢାଉ କରି ଢାବାର ମ୍ୟାନେଜର ସୁକାନ୍ତ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିବା ପରେ ପିଡିତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here