ଆଜି ମଣ୍ଡପରେ ମାଆ ଦୁର୍ଗାଙ୍କ ଦଶମୀପୂଜା : ଖାଁ ଖାଁ ଲାଗୁଛି ମଣ୍ଡପ

ଭୁବନେଶ୍ୱର: ଆଜି ବିଜୟାଦଶମୀ। ଅସତ୍ୟ ଉପରେ ସତ୍ୟର ବିଜୟ । ଅଧର୍ମ ଉପରେ ଧର୍ମର ବିଜୟ । ଅନ୍ୟାୟ ଉପରେ ନ୍ୟାୟର ବିଜୟ। ଆଜି ହେଉଛି ସେହି ପବିତ୍ର ଦିନ, ବିଜୟା ଦଶମୀ ଶାରଦୀୟ ଦୁର୍ଗାପୂଜାର ଅନ୍ତିମ ପର୍ବ। ଦଶମୀ ପୂଜା ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଦଶଭୂଜା ।

ଆଜିର ଦିନରେ ହିଁ ଭଗବାନ ରାମ ପ୍ରବଳ ପ୍ରତାପୀ ରାବଣ ଉପରେ ବିଜୟ ଲାଭ କରିଥିଲେ। ଅଧର୍ମ ଉପରେ ଧର୍ମର ବିଜୟ ସ୍ୱରୂପ ଆଜିର ଦିନରେ ରାବଣ ପୋଡ଼ି ଉତ୍ସବ ମଧ୍ୟ ଆୟୋଜିତ କରାଯାଇଥାଏ । ଆଜି ବିଭିନ୍ନ ପୂଜା ମଣ୍ଡପରେ ଆୟୋଜିତ ହେଉଛି ମାଆଙ୍କ ଦଶମୀ ପୂଜା। ଭକ୍ତଙ୍କ ଭିଡ ନ ଥିଲେ ହେଁ ରୀତିନୀତିରେ କୌଣସି ବ୍ୟତିକ୍ରମ ହେଉନି। ଆଳତି, ମନ୍ତ୍ର ତନ୍ତ୍ରରେ ହେଉଛି ମା’ଙ୍କ ଦଶମୀ ପୂଜା । ଚଳିତ ବର୍ଷ କରୋନା ଯୋଗୁଁ ଫିକା ପଡ଼ିଛି ପୂଜା ବିନା ଭକ୍ତରେ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନ କରାଯାଉଛି । କେବଳ ପୂଜକ ଓ ଆୟୋଜକଙ୍କୁ ନେଇ ପାଳନ ହେଉଛି ପୂଜା । ଦର୍ଶନ ବନ୍ଦ ଥିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here