ନିରାଡାମ୍ବରରେ ହେବ ବିଶ୍ଵପ୍ରସିଦ୍ଧ ବଳଦଯାତ୍ରା । ଏକାଦଶୀ ର ଭସାଣୀ ଯାତ୍ରା ସଂପୂର୍ଣ୍ଣ ବନ୍ଦ

ପାର୍ବଣଋତୁରେ ପ୍ରତିବର୍ଷ ଉସ୍ଛବ ମୂଖର ହେଉଥିବା ଭୁବନ ସହରର ପ୍ରସିଦ୍ଧ ଦୁର୍ଗା ପୂଜା ଓ ବଳଦଯାତ୍ରା ରେ ଚଳିତବର୍ଷ ୨୦୨୦ରେ ହେବନାହିଁ ଆନନ୍ଦ ଉଲ୍ଲାସ ଏବଂ ଜନ ସମୁଦ୍ରର ଲହଡି। ଦଶହରା ରେ ବଜାରଘାଟ ଖାଁ ଖାଁ।

ବ୍ୟବସାୟୀ ହାତବାନ୍ଧି ବସିଥିବା ବେଳେ ପୂଜା ମଣ୍ଡପରେ ପୋଲିସ ପ୍ରଶାସନର ପ୍ରହରା ହେତୁ ମଣ୍ଡପ ଜନଶୂନ୍ଯ।

ଏହାରି ଭିତରେ ପୂର୍ବ ନିର୍ଦ୍ଧାରିତ ପ୍ରଶାସନିକ ନିଷ୍ପତ୍ତି ଅନୁସାରେ ପାଳନ ହେଉଛି ଛଅଟି ଯାଗାରେ ଦୁର୍ଗାମାଙ୍କର ମୃଣୟୀ ମୁର୍ତ୍ତି । ଗୋଟିଏ ସ୍ଥାନରେ ହରଗୌରୀ ଆଉ ଗୋଟିଏ ସ୍ଥାନରେ ହର ପାର୍ବତୀ ପୂଜା ଅନୁଷ୍ଠିତ ହେଉଅଛି ।

ପୋଲିସର ପ୍ରହରା ମଧ୍ୟରେ ସମସ୍ତ ମଣ୍ଡପରେ କାର୍ଯ୍ୟକର୍ତା ଏବଂ ପୂଜକଙ୍କୁ ନେଇ କେବଳ ପୂଜାବିଧି ସମ୍ପର୍ଣ କରାଯାଉଛି । ଦୁଇ ଦିନ ର ଯାତ୍ରା ଦୁଇ ଘଣ୍ଟା ମଧ୍ୟରେ କେବଳ ମାତ୍ର ଦୁଇଟି ବଳଦ(ଥୋରିଆ ସାହି, ବଳଦିଆ ସାହି) ଯୋଗେ ପାରମ୍ପରିକ ବଳଦ ଯାତ୍ରା କୁ ବଞ୍ଚାଇ ରଖିବାକୁ ଯାତ୍ରା ର ପୂର୍ବପ୍ରସ୍ତୁତି କରାଯାଇଅଛି । ଏଥି ଅନୁସାରେ ବଳଦିଆ ସାହି ଆଜି ପୂଜାବିଧି ପାଳନ କରି ମେରିଖୁଣ୍ଟି ପୂଜାକରିଥିଲେ ।

ଥୋରିଆ ସମାଜର ଘରର ମୁରବୀ ଉପବାସରେ ଅଛନ୍ତି । ଘରକୁ ଲିପା ପୋଛା କରାଯାଇଛି । ଶୁଭ କଳସ ,କଦଳୀ ଗଛ ପୋତା ଯାଇଛି । ମା ବଣିଜାରୀ ଙ୍କ ନିକଟରେ ପୂଜା କରାଯାଇ ଅପରାହ୍ନ ୫ଟା ଅନୁକୂଳ ଯାତ୍ରା ସଂପୂର୍ଣ୍ଣ କୋଭିଡି ନିୟମ ଅନୁସାରେ ସୁସଜ୍ଜିତ ବଳଦ କୁ ମାତ୍ର ଦୁଇ ଖଣ୍ଡ ଡୋଲ ବାଜା ସହ ପ୍ରଥମେ ଚଣ୍ଡି ମନ୍ଦିର, ସାଧବନଗର, ଗୁଜୁରୀହାଟ, ବଡହାଟ ରେ ପାଞି ପାଠ, ବିଘ୍ନ ମହାନ୍ତି ବସାନିକଟକୁ ଯାଇ ବଙ୍ଗାଳୀସାହି ଗଳିରେ ନୂଆ ବଜାର ସ୍ଥିତ ଦଶରା ପଡିଆ ମାଟିକୁ ପ୍ରଣାମ ଜଣାଇ ଘରକୁ ଫରିଆସନ୍ତି । ଗୋପାଳଜୀୟୁ ମନ୍ଦିରରେ ପରମ୍ପରା ଅନୁସାରେ ଫୁଲ ନିକିତି ଲୁଣ ମାପି ଇଷ୍ଟ ଦେବ ରଘୁନାଥ ଜୀୟୁ ଙ୍କୁ ପ୍ରଣାମ ଜଣାଇ ଭାଇ ଚାର ଅନୁକୁଳ କରାଯାଇଯିବ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here