ପାଞ୍ଚ ଦିନରେ ପାଞ୍ଚଟି ଦୁର୍ଘଟଣା ଯୋଗୁଁ ରାଜଗାଙ୍ଗପୁର ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି :

ଆଜି ଅପରାହ୍ନ ସମୟରେ ୨ ଜଣ ଯୁବକ ନିଜ ମୋଟର ବାଇକ ଯୋଗେ  ରାଜଗାଙ୍ଗପୁର ଅଭିମୁଖେ ନିଜ ବାଇକରେ ତେଲ ପକାଇବା ପାଇଁ ରାଣୀବନ୍ଧ ପେଟ୍ରୋଲ ପମ୍ପ ଆଡ଼କୁ  ଯାଉଥିବା ବେଳେ ଠିକ ହରିମସିନ୍ କାରଖାନାର  ମୁଖ୍ୟ ଫାଟକ ନିକଟରେ ପହଞ୍ଚିଥିଲେ କି ପଛପଟରୁ ଆସୁଥିବା ଗୋଟିଏ ଅଜ୍ଞାତ ଡମ୍ପର ଅତି ତୀବ୍ର ଗତିରେ ଯାଉଥିବା ବେଳେ କାୱାସାକି ବଜାଜ କେଲିଭର ମୋଟର ବାଇକର ଭାରସାମ୍ୟ ହରାଇ ଡମ୍ପର କୋଣରେ ପିଟି ହୋଇଯାଇଥିଲା | ଯାହା ଫଳରେ ମୋଟର ବାଇକରେ ବସି ଥିବା ଯୁବକ ମାନେ ରାସ୍ତା କଡରେ ଛିଟକି ପଡିଥିଲେ | ବାଇକ ଆରୋହୀ ଦ୍ବୟ ରାସ୍ତାରେ ଖସିପଡିବାରୁ ତଳେ ପଡ଼ିଯିବା କାରଣରୁ ମୋଟର ବାଇକରେ  ବସିଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ମୁଣ୍ଡରୁ ଅଧିକ ରକ୍ତଶ୍ରାବ ଯୋଗୁ ଯୁବକ ମୂର୍ଛା ହୋଇଯାଇଥିଲେ ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟଙ୍କୁ ରାଜଗଙ୍ଗପୁର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତର ପରୀକ୍ଷା ସମୟରେ ଜଣେ ବ୍ୟକ୍ତିଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିଲେ । ଯାହାକୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଗଲା । ରାଜଗଙ୍ଗପୁର ପୋଲିଶ ଘଟଣାର ଖବର ପାଇ ରାଜଗାଙ୍ଗପୁର  ଥାନାର ଏଏସଆଇ ଅରୁଣ ପଟେଲ ତାଙ୍କ ସହଯୋଗୀ ମାନଙ୍କୁ ନେଇ ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କଲେ । ଆହତ ବ୍ୟକ୍ତି ମୃତକଙ୍କ ଭାଇଙ୍କୁ ଡାକି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ  ମୃତକଙ୍କ ଭାଇ ସରକାରୀ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଭାଇଙ୍କ ନାମ ବିପିନ ମାଝି ବୟସ (୨୭) ପିତା ବୋଦାଡ ମାଝି ହାତୀଧରସା ବାସିନ୍ଦା ବୋଲି ସୂଚନା ଦେଇଛନ୍ତି। ଅନ୍ୟ ଆହତ ବ୍ୟକ୍ତିଙ୍କ ନାମ ରୋଶନ କେରକେଟା ଢୁକୁପଡା ନିବାସୀ ବୋଲି ଜଣାପଡିଛି। ଉଭୟ ଯୁବକ ମାନେ  ବୁଚକୁପଡା ପଞ୍ଚାୟତର ଅଟନ୍ତି। ତେବେ ସପ୍ତାହକ ଭିତରେ ଜାମପାଲି ବାଇପାସ୍ ରୁ ନେଇ ରନୀବନ୍ଦ ଭିତରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ହାଇଓ୍ବେ ଡେନଜର ଯୋନରେ ୫ ଜଣ ଯୁବକଙ୍କ  ଅମୂଲ୍ୟ ଜୀବନ ନଷ୍ଟ ହୋଇଥିବାର ଜଣାପଡିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here