ପୂର୍ବତନ ବିଧାୟକ ଓ ସହଯୋଗୀଙ୍କ ଅକ୍ଳାନ୍ତ ପରିଶ୍ରମ ପରେ ସହୀଦଙ୍କ ପିତାଙ୍କ ଚିକିତ୍ସା ବ୍ୟବସ୍ଥା :

ସହିଦ ପ୍ରଦୀପ ପଣ୍ଡା ରାଜଗାଙ୍ଗପୁର ର ଗର୍ଵ ଓ ଗୌରବ । ଏହି ପୁତ୍ର ଭାରତ ମାଆ ପାଇଁ ସହିଦ ହେବା ପରେ ତାଙ୍କର ପିତା – ପିତାମ୍ବର ପଣ୍ଡା ଆଜି ଅସହାୟ ଓ ଦୁର୍ବଳ , ଅସମର୍ଥ  । ନିଜ ଗୋଡ଼ର ଅସ୍ତ୍ରୋପଚାର ପାଇଁ କେତେବେଳେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ, ତ କେତେବେଳେ ସିଡିଏମଓ ଙ୍କ ଦ୍ୱାରସ୍ଥ, ପୁଣି କେତେବେଳେ ସରକାରୀ ଡାକ୍ତରଙ୍କର ରୋଷର ଶିକାର । ଶେଷରେ ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମଙ୍ଗଳା କିଷାନ ଜିଲ୍ଲାପାଳ ଙ୍କୁ ଗୁହାରୀ କଲେ । ଦୀର୍ଘ ଦୁଇ ମାସ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀ ଜୟ ନାରାୟଣ ତ୍ରିପାଠୀ ( କୁନୁ ଭାଇ )ଓ ବେଣୁଧର ତାଣ୍ଡିଆ , ଅମରେଶ ପଣ୍ଡା ସୁନ୍ଦରଗଡର ବିଭିନ୍ନ କାର୍ଯ୍ୟାଳୟରେ କାଗଜ ପତ୍ର ଦାଖଲ କରିବା ସହ ଆର୍ଥିକ ସହାୟତା ପାଇଁ ଚେଷ୍ଟା କରିଥିଲେ । ନିଜର କାମ ଧନ୍ଦା ଛାଡି ଜଣେ ସହୀଦ ପରିବାରକୁ ଆପଣମାନେ ଯେଉଁ ଭଳି ଭାବେ ସହାୟତା ଯୋଗାଇଛନ୍ତି, ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ । ପୁରା ସୁନ୍ଦରଗଡ ଜିଲ୍ଲାରେ ଆପଣଙ୍କ ଏହି ମହନୀୟତା କାମ ସବୁଦିନ ପାଇଁ ମନେ ରହିବ । ଶେଷରେ ଆମ ଜିଲ୍ଲାପାଳ ଆର୍ଥିକ ସହାୟତା ଯୋଗାଇ ଦେଲେ ଓ ଆମ ସିଡିଏମଓ ନିଜେ ରାଜଧାନୀର ଭଲ ଡାକ୍ତରଖାନାରେ ଅସ୍ତ୍ରୋପଚାର ପାଇଁ ଆଜି ଶ୍ରୀ ପିତାମ୍ବର ପଣ୍ଡା ଙ୍କୁ ସୁନ୍ଦରଗଡ ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରି ଆସନ୍ତା କାଲି ୨୧.୧୦.୨୦ ରେ ରାଜଧାନୀକୁ ପଠାଇବା ପାଇଁ ବ୍ୟବସ୍ଥା କରିଛନ୍ତି । ବହୁତ ବହୁତ ଧନ୍ୟବାଦ ଜଣାଉଛି ସିଡିଏମଓ ଶ୍ରୀ ସରୋଜ କୁମାର ମିଶ୍ର, କୁନୁ ତ୍ରିପାଠୀ ,ବେଣୁଧର ତାଣ୍ଡିଆ ମୋହଦୟ ଙ୍କୁ  ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here