ବେସାହାରା ମଣିଷର ଦୁଃଖ ବୁଝୁବ କିଏ ? ତାଙ୍କୁ ଭଗବାନ ହିଁ କେବଳ ସାହା ଆଉ ଭରଷା ।

ସ୍ଥାନ:- ରାଜନଗର ,କେନ୍ଦ୍ରାପଡ଼ା : ସମୟ ଚକ୍ରରେ ମଣିଷର ଭାଗ୍ୟଚକ୍ର ମଧ୍ୟ୍ୟ ବଦଳିଥାଏ । ବହୁରୂପୀ ଏଣ୍ଡୁଅ ଭଳି ଜୀବନ ଜୀବିକା ଉପରେ ପ୍ରଭାବ ପକାଇଥାଏ । ଆଜି ଯିଏ ଭୀମ ଭଳି ଯୋଦ୍ଧା ମଣିଷଟିଏ କାଲି ସେ ଅଥର୍ବ ପଙ୍ଗୁ ନିଃସହାୟ ମଣିଷ ପାଲଟି ଯାଏ । ଆମେ ଏଠି ସେହି ମଣିଷ କଥା କହୁଛୁ ଦିନେ ସେ ସମସ୍ତଙ୍କୁ ସାହାଯ୍ୟ ଓ ସାହାରା ହେଉଥିଲା । ସୁସ୍ଥ ସବଳ ମଣିଷଟିଏ ଥିଲା କିନ୍ତୁ ଆଜି ପଙ୍ଗୁ ପାଲଟି ଯାଇଛି । ନିଜକୁ ସାହାରା ଓ ସାହା ଭରସା ଦେବାକୁ ତାଙ୍କ ପାଖରେ କେହି ନାହାଁନ୍ତି । ନା ତାଙ୍କର ଅନ୍ତର୍ଯ୍ୟାମୀ ପ୍ରଧାନ, ପିତାଙ୍କ ନାମ ଅଲେଖ ପ୍ରଧାନ, ଘର ନଛିପଡା, ଜିଲ୍ଲା କେନ୍ଦ୍ରାପଡ଼ା, ବ୍ଲକ ରାଜନଗର, ଆଉ ଗୁପ୍ତୀ ପଞ୍ଚାୟତ, ବର୍ତ୍ତମାନ ତାଙ୍କ  ବୟସ( ୩୭)ବର୍ଷ, ୨ବର୍ଷ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ମଣିଷଟିଏ ଥିଲେ  କିନ୍ତୁ ଏବେ ସମ୍ପୃଣ ଅକାମୀ ବା ଅକର୍ମଣ୍ୟ ହୋଇ ପଡିଛନ୍ତି । କଣ ହେଲା ଏବଂ କେଉଁ କାରଣରୁ ଏମିତି ହେଲା  ଅଲେଖ ପ୍ରଧାନଙ୍କ ୨ୟ ପୁତ୍ର ଯିଏ ନିଜ ପରିବାରର ବୋଝାକୁ ମୁଣ୍ଡରେ ମୁଣ୍ଡେଇ ରାଉଲକେଲାରେ ଚାକିରି କରିଥିଲେ  ଏବଂ ପରିବାର ଭରଣ ପୋଷଣ କରୁଥିଲେ । ହେଲେ ଏକ ଦୁଃଖ ଆଉ ପରିତାପର ବିଷୟ ଯ-ତାଙ୍କ ଜୀବନରେ ଆସିଗଲା ଏକ ମହାନ ଝଡ଼, ୧୬ ଚକିଆ ଗାଡ଼ି ସହିତ ବାଇକିରେ ଦୁର୍ଘଟଣା ଘଟି ୨ ବର୍ଷ ହେଲା ଘରେ ଅସୁସ୍ଥ ଅବସ୍ଥାରେ ପଡ଼ିଛନ୍ତି ଅନ୍ତର୍ଯ୍ୟାମୀ ପ୍ରଧାନ । ଗୋଟେ ଗୋଡ଼ ଚାରି ଖଣ୍ଡ ହୋଇଯାଇଥିଲା ଅର୍ଥ ଅଭାବରୁ ତାଙ୍କ ଗୋଡ଼ ଏବେ ବି ସେମିତି ଅଛି ଭଲ ହୋଇ ପାରୁନି ବନ୍ଧୁ ପରିଜନ ଏବଂ ସମ୍ପର୍କୀୟଙ୍କ ସାୟାହତାରୁ ୫ ରୁ ୬ ଲକ୍ଷ୍ ଟଙ୍କା ଖର୍ଚ୍ଚ କରିସାରିଲେଣି । ହେଲେ ସ୍ବାସ୍ଥ୍ୟର କିଛି ମାତ୍ରରେ ପରି ପରିବର୍ତ୍ତନ ଆସିଛି କିନ୍ତୁ ଡାକ୍ତର କହୁଛନ୍ତି ଓପରେଶନ୍ ପାଇଁ  ଆହୁରି ୨ ରୁ ୩ ଲକ୍ଷ ଟଙ୍କା ଲାଗିବ ସମ୍ପୂର୍ଣ ସୁସ୍ଥ ହେବାପାଇଁ । ହେଲେ ବାପା ଅଲେଖ ପ୍ରଧାନ ଏ ବୁଢ଼ା ବୟସରେ କଉଠୁ ଆଣିବେ ଏତେ ଟଙ୍କା ରୋଜଗାର ବୟସରେ ବୁଢ଼ା ବାପାର ବୋଝ ସାଝିଛନ୍ତି ଅନ୍ତର୍ଯ୍ୟାମୀ । ବନ୍ଧୁ ପରିଜନଙ୍କ ସହାୟତା ଏବଂ ତାଙ୍କ  ପାଖରେ ଯାହାବି କିଛି  ଅର୍ଥ ଥିଲା ସବୁ ଅନ୍ତର୍ଯ୍ୟାମୀଙ୍କ ଗୋଡ଼ ଭଲ ହେବାପାଇଁ ମେଡିକାଲ୍ ଖର୍ଚ୍ଚରେ ଲଗାଇ ଦେଇଛନ୍ତି । ଏବେ ତାଙ୍କ ପାଖରେ ଫୁଟା କଉଡ଼ି ଟେବି ନାହିଁ ପୁଅକୁ ଭଲ କରିବାକୁ । ଏବେ ସେମାନେ ଚାହୁଁଛନ୍ତି କୌଣସି ସମାଜ ସେବା ସଂଗଠନ କିମ୍ବା କୌଣସି ସରକାରୀ ସହାୟତା ଅନ୍ତର୍ଯ୍ୟାମୀଙ୍କ ପରିବାରକୁ ମିଳୁ ନଥିବା ବେଳେ, ମା ଶାରଳା ହେଲ୍ପ ଫାଉଣ୍ଡେସନକୁ ତାଙ୍କ ଦୁଃଖର କଥା ଜଣାଇ ଥିଲେ । ଦୁଃଖ ଜଣାଇବା ପରେ ରାଜନଗର ବ୍ଲକର ସୁନାମ ଧନ୍ୟ ସ୍ବେଚ୍ଛାସେବୀ ସଂଗଠନ ମା’ ଶାରଳା ହେଲ୍ପ ଫାଉଣ୍ଡେସନ ତାଙ୍କ ପାଖରେ ପହଞ୍ଚି ସଂଗଠନର ସଦସ୍ୟ ମାନେ ପରମେଶ୍ବର ବାରିକ୍, ଦୀପ୍ତି ରଞ୍ଜନ ସାହୁ, କୁନି ଲତା ସାହୁ,ରାଜଶ୍ରୀ ବାରିକ୍,କୈବଲ୍ୟ ପ୍ରଧାନ, ସଂଗ୍ରାମ ଦାସ ,ବିକାଶ ପାତ୍ର ,ପ୍ରମୁଖ ତାଙ୍କ ପାଖରେ ପହଞ୍ଚି ତାଙ୍କ ପରିସ୍ଥିତି ବୁଝି ତାଙ୍କୁ ଆସୋଶନା ଜଣାଇବା ସହିତ କିଛି ଆର୍ଥିକ ରାଶି ମଧ୍ୟ ସାହାଯ୍ୟ କରିଥିଲେ । ଆହୁ କିଛି ପ୍ରତିଶ୍ରୁତି ଦେଇଥିଲେ କି ଆଗକୁ ତାଙ୍କ ପାଖରେ ଠିଆ ହେବେ ବୋଲି । ମା’ ଶାରଳା ହେଲ୍ପ ଫାଉଣ୍ଡେସନଙ୍କ ଏପରି କାର୍ଯ୍ୟାବଳୀ ପାଇଁ ତାଙ୍କ ପରିବାର ସହିତ ତାଙ୍କ ଗ୍ରାମବାସୀ ମାନେ ପ୍ରଶଂସା ମଧ୍ୟ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ସରକାରଙ୍କୁ ଅନୁରୋଧ ଏ ଅସହାୟ ଙ୍କୁ ସାହାଯ୍ୟ କରନ୍ତୁ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here