ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ :

ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନ ପାଳିବେନି ବୋଲି କହିଛନ୍ତି । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ନବୀନ ବାବୁ ଏହି ନିଷ୍ପତ୍ତି ନେଇଥିଲେ ଏବଂ ଓଡିଶା ବାସୀଙ୍କୁ ନବୀନ ନିବାସ ନ ଆସି ଗରିବ ଲୋକଙ୍କୁ ସାହାଯ୍ୟ କରିବା ସହ ରକ୍ତଦାନ ଓ ପ୍ଲାଜମା ଦାନ କରିବାକୁ ଅନୁରୋଧ କରିଥିଲେ ତେଣୁ ଆଜି ତାଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲ୍ଲାର ପାଟଣା ନିର୍ବାଚନ ମଣ୍ଡଳୀର ଝୁମ୍ପୁରା ବ୍ଲକ ବାରିଆ ଗ୍ରାମ ପଞ୍ଚାୟତ କେନ୍ଦୁଆ ଗ୍ରାମରେ ପାଟଣା ବିଧାୟକ ଜଂଗନାଥ ନାୟକଙ୍କ ନିର୍ଦେଶ କ୍ରମେ ‘ ଓଡିଶା ମୋ ପରିବାର’ ଆନୁକୂଲ୍ୟରେ ରକ୍ତଦାନ ଶିବିର ଆୟୋଜନ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ପ୍ରଦୀପ ସାହୂ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ସୌମ୍ୟରଂଜନ ରାଉତ,ଜିଲ୍ଲା ଛାତ୍ରର ସଭାପତି ଅଭିନାଶ ପଟ୍ଟନାୟକ, ଝୁମ୍ପୁରା ଅଧ୍ୟକ୍ଷ ସୁଶାନ୍ତ ନାୟକ,ସୁଶାନ୍ତ ପ୍ରଧାନ,ମିତ୍ରଭାନୁ ମହନ୍ତ,ସରପଞ୍ଚ ଦ୍ରୌପଦି ନାୟକ,ପରେଶ ବାରିକ, ଟୁନା ବାରିକ  ଏବଂ ସନସ୍ତ କର୍ମକର୍ତ୍ତା ଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସାଫଲ୍ୟ ମଣ୍ଡିତ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here