ଡକାୟତି ଘଟଣା ରେ ୩ ଗିରଫ, ସ୍କୁଟି, ପିସ୍ତଲ, ସମେତ ନଗଦ ଟଙ୍କା ଜବତ :

ରାଉରକେଲା ଅଞ୍ଚଳରେ ଘନ ଘନ ଚୋରି , ଡକାୟତି ବୃଦ୍ଧି ପାଉଥିବା ବେଳେ ପୋଲିଶ ମଧ୍ୟ ସକ୍ରିୟ ରହିଛି l ରାଉରକେଲା ସ୍ଥିତ ପ୍ଳାଣ୍ଟ ସାଇଟ ରାସ୍ତାରେ ଇକବାଲ ଖାଁ ନାମକ ଜଣେ କପଡା ବ୍ୟବସାୟୀ ବିଭିନ୍ନ ସ୍ଥାନରୁ ଟଙ୍କା ସଂଗ୍ରହ କରି ଘରକୁ ଫେରୁଥିଲେ l ଏହି ସମୟରେ ଆମ ବଗାନ, ନୂଆ ବସଷ୍ଟାଣ୍ଡ ନିକଟ ରାସ୍ତା ରେ ତିନି ଜଣ ଅଜ୍ଞାତ ଦୁର୍ବୃର୍ତ୍ତ ବନ୍ଧୁକ ମୁନରେ ଇକବାଲ ଖାଁ ଙ୍କ ଠାରୁ ୨୯୦୦୦ ହଜାର ଟଙ୍କା ଲୁଟି ନେଇ ଯାଇଥିଲେ l ଅଭିଯୋଗ ଅନୁଯାୟୀ ପ୍ଲାଣ୍ଟ ସାଇଟ୍ ଥାନା ରେ ଆର୍ମସ ଆକ୍ଟ ଓ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଥିଲା l ଅନୁରୂପ ଭାବେ ଦିନକ ପୂର୍ବରୁ ଏକ ମାଛ ବିତରଣ ଭେନରୁ ଦୁର୍ବୃର୍ତ୍ତ ଗଣ ଡକାୟତି କରିଥିଲେ l ଏହି ଦୁଇଟି ମାମଲା ର ତଦନ୍ତ କରି ପୋଲିଶ, *ଅରମାନ କ୍ୱାରେସି ଗାନ୍ଧି ରୋଡ ବାସିନ୍ଦା,

ଗୋପବନ୍ଧୁପାଲି ବାସିନ୍ଦା ବିବେକ ଗୁପ୍ତା ଓ ଏମ୍ ଡି. ଫୟୁମ୍ ଙ୍କୁ ଗିରଫ କରିଥିଲେ l ପ୍ରାଥମିକ ତଦନ୍ତ ପରେ ସେମାନେ ଏହି ଦୁଇଟି ଡକାୟତି ଘଟଣାରେ ସାମିଲ ଥିବା ନେଇ ଥାନା ରେ ବୟାନ ଦେଇଥିଲେ l ଗିରଫ ପରେ ସେମାଙ୍କ ଠାରୁ ଗୋଟିଏ ନାଲି ରଙ୍ଗର ସ୍କୁଟି, ଗୋଟିଏ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ଓ ନଗଦ ରାଶି ୧୧୫୨୦ ଟଙ୍କା ଜବତ କରିବା ପରେ ପ୍ଳାଣ୍ଟ ସାଇଟ୍ ପୋଲିଶ ତିନି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି l ଅରମାନ କ୍ୱେରେସି ଜଣେ ଅଭ୍ୟାସ ଗତ ଅଭିଯୁକ୍ତ ବୋଲି ଥାନାରୁ ଜଣାପଡିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here