ଶ୍ରୀହରି ସ୍ପଞ୍ଜ କାରଖାନା କୁ ଜନଶୁଣାଣିରେ ପ୍ରବଳ ବିରୋଧ :

ବଣାଇ ବ୍ଲକ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତରେ ଥିବା ଶ୍ରୀହରି ସ୍ପଞ୍ଜ କାରଖାନାର ସମ୍ପ୍ରସାରଣ ପାଇଁ ଆଜି ଏକ ଜନଶୁଣାଣି କାର୍ଯ୍ୟକ୍ରମ କାରଖାନା କର୍ତ୍ତୃପକ୍ଷଙ୍କ ଦ୍ଵାରା ମଧୁପୁର ଖେଳପଡିଆ ରେ ଆୟୋଜିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ଏଡିଏମ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ର ପରିଚାଳକ, ବଣାଇ ଉପଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ l ଜନଶୁଣାଣି କୁ କେନ୍ଦ୍ରୀକଲା ଓପର ପଡ଼l ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ବିରୋଧ କରାଯାଇଥିବା ଦେଖିବାକୁ ମିଳିଛି l ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଅବସ୍ଥିତ ଥିବାରୁ କାରଖାନାରୁ ନିର୍ଗତ କଳା ଧୂଆଁ କୃଷି କ୍ଷେତ୍ର୍, ଜଳଉତ୍ସ, ବାସଗୃହ ଗୁଡିକରେ ଅତି ମାତ୍ରାରେ ପ୍ରଦୂଷିତ ହେଉଛି l ଏହି ପ୍ରଦୂଷଣ ଯୋଗୁଁ ପଞ୍ଚାୟତ ଅଧିକାଂଶ ଗ୍ରାମରେ କିଡ୍ନୀ, ହୃଦରୋଗ, ଶ୍ଵାସ ରୋଗରେ ପୀଡିତ ହୋଇ ଅନେକ ମୃତ୍ୟୁ ମୁଖରେ ପଡିଥିବା ବେଳେ ଅନେକ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି l କାରଖାନାର ଆବର୍ଜନା ପାଣି ଯୋଗୁଁ ଅଞ୍ଚଳର ପ୍ରାୟ ଏକଶହ ଏକର ଜମିରେ ଚାଷ ହୋଇପାରୁନାହିଁ l କାରଖାନା ଠାରୁ ମାତ୍ର ପାଞ୍ଚଶହ ମିଟର ଦୂରରେ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି l ଯେଉଁଥିରେ ୨୫୦ ରୁ ଅଧିକ କୋମଳମତି ଶିଶୁ ପାଠ ପଢନ୍ତି l ଏହି କାରଖାନାରେ ପ୍ରଦୂଷଣ ଯୋଗୁଁ ଶିଶୁ ମାନେ ବିଭିନ୍ନ ଚର୍ମରୋଗରେ ପୀଡିତ ହେବା ସହ ଆହୁରି ଅନେକ ରୋଗାକ୍ରାନ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l କାରଖାନା ଦୀର୍ଘ ପନ୍ଦର ବର୍ଷ ରୁ ଅଧିକ ହେଲାଣି ଗ୍ରାମ ପାଇଁ କୌଣସି ଉନ୍ନତି ମୂଳକ କାର୍ଯ୍ୟ କରି ନାହିଁ ବରଂ ଗ୍ରାମ ମାନଙ୍କର ଅଧିକ କ୍ଷତିଗ୍ରସ୍ତ ହୋଇଛି l ଏଥିନେଇ ପଞ୍ଚାୟତବାସୀ ଏକ ଦାବିପତ୍ର ବଣାଇ ସହକାରୀ ଜିଲ୍ଲାପାଳ ସରୋଜ କୁମାର ପୃସେଠଙ୍କ ସମେତ ବଣାଇ ଉପଜିଲ୍ଲାପାଳ ପ୍ରଦୀପ ଡାଙ୍ଗ, ସୁନ୍ଦରଗଡ଼ ଜିଲ୍ଲାପାଳ, ବଣାଇ ଥାନା ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଉରକେଲା, ବଣାଇ ବିଧାୟକ, ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରମୁଖଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here