ସାନଭାଇ ଓ ଭାଇବୋହୁ ସହିତ ମିଶି ବଡ଼ପୁଅ କୁ ପିଟି ପିଟି ହତ୍ୟା କଲେ ବାପା ‘ମା’ ।

ଦେଖନ୍ତୁ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ପରିସର ଦୃଶ୍ୟ । ମେଡିକାଲ୍ ବାରଣ୍ଡାରେ ଶବ ପଡିରହିଛି ଆଉ ଶବ ପାଖରେ ସ୍ତ୍ରୀ ଓ ଦୁଇ କୁନିକୁନି ପିଲା ମାନଙ୍କ କାନ୍ଦ ବୋବାଳି ହସପିଟାଲ୍ ପରିବେଶକୁ ଶୋକାତୁର କରିପକାଇଥିଲା । ଖବର ନେବାରୁ ଜଣାପଡିଛି ଯେ-କେନ୍ଦ୍ରାପଡା ଜିଲ୍ଲାର  ପାଟକୁରା ନିର୍ବାଚନ ମଣ୍ଡଳୀର ସାନଅଡଂଗା ଗ୍ରାର ମୃର୍ତା ଉମାକାନ୍ତ ମିଶ୍ରଙ୍କ ସ୍ତ୍ରୀ ଅୟୁସ୍ମିନ୍ ମହାନ୍ତି ଓରଫ୍ ମିଶ୍ରଙ୍କ କହିବା କଥା ହେଲା ତାଙ୍କ ବାଡି ପଛପଟେ ଏକ ପାଣି ଟ୍ୟାପରୁ ଟ୍ୟାପ୍ ଭାଂଗି ପାଣି ଆପେ ଆପେ ବୁହି ଯାଉଥିବାରୁ ତାଙ୍କ ସ୍ୱାମୀ ଏବିଷୟରେ ଘରେ ଜଣାଇବା ପରେ ତାଙ୍କ ଜା, ଶାଶୁ, ଶଶୁର ଏବଂ ଦିଅରଙ୍କ ସହିତ କଥା କଟାକଟି ବା ପାଟିତୁଣ୍ଡ ବା ଝଗଡା ଲାଗିବାରୁ ରାଗରେ ଉତେକ୍ତ ହୋଇ ତାଙ୍କ ଦିଅର ଲୋକନାଥ ମିଶ୍ର,ଜା କଳ୍ପନା କର ଏବଂ ଶଶୁର କାମିନୀକାନ୍ତ ମିଶ୍ର ଓ ଶାଶୁ ସୂଜାତା ମିଶ୍ର ସମସ୍ତେ ମିଶି କତୁରୀ ଓ ପନିକୀରେ ହାଣିବା ସହିତ ଠେଂଗାରେ ପିଟିପିଟି ବାଡେଇ ଲହୁଲୁହାଣ ଓ ରକ୍ତାକ୍ତ କରିଦେବାରୁ ଏବିଷୟରେ କୋରୁଆ ଫାଣ୍ଡିରେ ଉମାକାନ୍ତ ମିଶ୍ରଙ୍କ ପତ୍ନୀ ଆୟୁସ୍ମିନ ମିଶ୍ର ଏକ ଲିଖିତ ଅଭିଯୋଗ କରିବା ପରେ କୋରୁଆ ଫାଣ୍ଡିବାବୁ ଉମାକାନ୍ତଙ୍କ ଅତି ସୋଚନୀୟ ଅବସ୍ଥା ଦେଖି ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ନେବାପାଇଁ ପରାମର୍ଶ ଦେଇଥିଲେ । ଉମାକାନ୍ତଙ୍କୁ ତୁରନ୍ତ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ତାଙ୍କର ପ୍ରାଣବାୟୁ ଉଡିଯିବାରୁ ପାଟକୁରା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ପୋଷ୍ଟମର୍ଟମ କରି ତାଙ୍କ ପତ୍ନୀଙ୍କୁ ଡେଡବଡି ହସ୍ତାନ୍ତରଣ କରିଥିବା ବେଳେ । ଏପଟେ ଆୟୁସ୍ମିନଙ୍କ ଏତଲାକୁ ଭିର୍ତ୍ତିକରି ପରିବାରର ଦୁଇଜଣ ସଦସ୍ୟଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରିବା ସହିତ ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେପଟେ ମୂର୍ତି ଉମାକାନ୍ତଙ୍କ ପତ୍ନୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ-ତାଙ୍କ ସ୍ୱାମୀଙ୍କ ମୃର୍ତ୍ୟୁ ପାଇଁ ଉପରୋକ୍ତ ୪ଜଣ ଅଭିଯୁକ୍ତ ହିଁ ଦାୟୀ ଅଟନ୍ତି ଏବଂ କେମିତି ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରିବା ସହିତ ତାଙ୍କୁ ଏବଂ ତାଙ୍କ ଦୁଇ ପିଲାଙ୍କୁ ନ୍ୟାୟ ଦେବେ । ତାହାଖାଲି ବାକି ରହିଲା ଦେଖିବାକୁ ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here