ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପ୍ରଥିପତ୍ର ଦାଖଲ ।

ଜଗତସିଂହପୁର ୧୬/୧୦/୨୦

ତିତ୍ତୋଲ ଉପ ନିର୍ବାଚନ ପାଇଁ ଶୁକ୍ରବାର  ପ୍ରାର୍ଥୀପତ୍ର ଦାଖଲର ପଞ୍ଚମଦିନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି  ।ସକାଳୁ ଜଗତସିଂହପୁରର ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ଦର୍ଶନ କରିବା ପରେ ଗେ।ରେଖ ନାଥ ଠାକୁରଙ୍କୁ ଦର୍ଶନ କରିବାପରେ ବିଜୟ ଶଙ୍କର ଦାସ ରଘୁନାଥପୁର ବ୍ଲକ ଗୋପବନ୍ଧୁ ଓ ବିଜୁବାବୁଙ୍କ ପ୍ରତିମୃତିରେ ମାଲ୍ୟାପଣ କରି ବିରିଡି ବ୍ଲକ ଗୁଡିକରେ  ବିଜେଡି ସମର୍ଥନ ମାନଙ୍କ ସହିତ ରାଲି କରିଆସି ଜଗତସିଂହପୁର ଜିଲ୍ଲାପାଳଙ୍କ ଅଫିସ୍  ସମ୍ମୁଖରେ  ପହଞ୍ଚିଥିଲେ । ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମୁଦୁଲି,ଜଳସଂମ୍ପଦ ମନ୍ତୀ ରଘୁନନ୍ଦନ  ଦାସ,ପୂବତନ ମନ୍ତୀ ତଥା ରାଜ୍ଯ ଯେ।ଜନା ବେ।ଡର ଉପାଧ୍ଯକ୍ଷ ସଂଜୟ କୁମାର ଦାସବର୍ମା, ଦେବାଶିଷ ସାମନ୍ତରାୟ,   ସାଂସଦ  ରାଜଶ୍ରୀ ମଲ୍ଲିକ୍,ରାଜ୍ୟସଭା ସାଂସଦ ମୁନା ଖାଁ, କୃଷକ ମଞ୍ଚର ସଭାପତି ପ୍ରକାଶ ଚନ୍ଦ୍ର ବସ୍ତିଆ,ଜିଲ୍ଲା ନଗର ଉନ୍ନୟନ ବିଜେଡି ସଭାପତି ପ୍ରିୟ ବ୍ରତ ମହାପାତ୍ର,ରମାକାନ୍ତ ଭେ।ଇ,ରଘୁନାଥପୁର ବ୍ଲକ ଅଧ୍ଯକ୍ଷା  ସ୍ୱପ୍ନାସାରିତା ବଳ ,ପୂର୍ବତନ ବିଜେଡି ସଭାପତି ସରେ।ଜ କାନ୍ତ ସ୍ବାଇଁ,ଉପଧ୍ଯକ୍ଷା ଦେବାଶିଷ ତ୍ରିପାଠୀ,   ସହିତ ଆସି  କୋଭିଡ କଟକଣା ନିୟମ ଅନୁସାରେ ଶ୍ରୀ ଦାସ ଜଗତସିଂହପୁର ର ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିତେ।ର୍ତ୍ତଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରହିଥିବା ରିଟଣ୍ଣିଂ ଅଫିସର ସଚ୍ଚିଦାନନ୍ଦ ସାହୁଙ୍କ। ନିକଟରେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ନିର୍ବାଚନରେ ବିଜେପି ଓ କଂଗ୍ରେସ  ଦଳର ଦୋଷ ଦୁର୍ବଳତା ଓ ନବୀନ ପଟ୍ଟନାୟକ ଙ୍କ ଜନାଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହିତ ଦଳ ନିଶ୍ଚିତ ଜିତିବ ବୋଲି ବିଜୟ ଶଙ୍କର ଦାସ କହିଥିଲେ ।ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯେIଜନା ବେ।ଡ ର ଅଧ୍ଯକ୍ଷ ପ୍ରଶାନ୍ତ କୁମାର ମୁଦୁଲି  କହିଥିଲେ । ବିଜେପି କଂଗ୍ରେସ ବିଜେଡି ମଧ୍ଯରେ ପ୍ରତିଦ୍ବିତାରେ  ଆମ ବିଜେଡି ଦଳ ୫୦ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇ ରାଜ୍ୟସଭାରେ ଏକ ନଂ ତ୍ଲିତୋଲ।  ନିର୍ବାଚନ ମଣ୍ଡଳୀ ହେବ । ପ୍ରIଥିପତ୍ର ଦାଖଲ କରିବାକୁ ଯିବାବାଟରେ କୋଭିଡି କଟକଣା ମାନି ଲୋକମାନେ ପ୍ରତେକ ଛକରେ ଯେଉଁଭଳି ସ୍ୱାଗତ ଜଣାଇଲେ ତାହାଦେଖି ବିଜେପି ଓ କଂଗ୍ରେସ ଗଣନା ଆରମ୍ଭ କରି ଦେଲେଣି ।

ଜଗତସିଂହପୁର ଜିଲ୍ଲାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ କୁମାର ସାହୁଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here