ପୂର୍ବ ଶତ୍ରୁତା ,ଚୋରି, ଡକାୟତି ଏବଂ ଜମିବାଡିକୁ କେନ୍ଦ୍ର କରି ପଥରରେ ଛେଚି ହତ୍ୟା :

ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଶିଶୁଡ଼ିହି ଗ୍ରାମରେ ଘର ବାରଣ୍ଡାରେ ଶୋଇ ଥିବାବେଳେ କେହି ଜଣେ ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ଜଣାପଡ଼ିଛି । ଉକ୍ତ ଗ୍ରାମର ସୁଦର୍ଶନ ମୁଣ୍ଡା ଘରର ବାରଣ୍ଡାରେ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ପଥର ରେ ଛେଚି ହତ୍ୟା କରି ଥିବା ଜଣାପଡ଼ିଛି l ଚିତ୍କାର ଶୁଣି ଘର ଲୋକ ଉଠି ତୁରନ୍ତ ତାଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ, ବଣାଇ ପୋଲିଶ ଏବଂ ପୋଲିଶ ବୈଜ୍ଞାନିକ ଦଳ ଘଟଣା ସ୍ଥଳରେ ପହଞ୍ଚି କିଏ କାହିଁକି ହତ୍ୟା କରିଛି ତାହାର ତଦନ୍ତ ଆରମ୍ଭ କରିଛନ୍ତି ।  ମୃତା ସୁଦର୍ଶନଙ୍କ ପତ୍ନୀ ସରସ୍ଵତୀ ମୁଣ୍ଡା ଓ  ପୁଅର କହିବା ଅନୁସାରେ ତାଙ୍କର କକାଙ୍କ ପୁଅ ପ୍ରେମ ରାଜ ମୁଣ୍ଡା ଯିଏକି ଜଣେ ନାବାଳକ ଏବଂ ତାର କେହି ସାଙ୍ଗ ସଙ୍ଗେ ମିଶି ହତ୍ୟାକାଣ୍ଡ ଭିଆଇ ଥିବା ନେଇ ଅଭିଯୋଗ କରିଛନ୍ତି l ବଣାଇ ପୋଲିଶ ନାବାଳକୁ ଅଟକ ରଖି ହତ୍ୟା ଘଟଣା ସମ୍ପର୍କରେ ପଚରା ଉଚରା କରୁଥିବା ଜଣାପଡ଼ିଛି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here