ବାଲେଶ୍ୱରେ ଆଗକୁ ହେବାକୁ ଥିବା ଉପନିର୍ବାଚନ ପାଇଁ ଗତକାଲି ସବୁ ଦଳର ପ୍ରାର୍ଥୀ ମାନଙ୍କର ପ୍ରାର୍ଥୀପତ୍ର ଦାଖଲ

ବାଲେଶ୍ବର ସଦର ଆସନ ରେ ହେବାକୁଥିବା ଉପନିର୍ବାଚନ ପାଇଁ ଗତକାଲି ବିଜେପି ର ପ୍ରାର୍ଥୀ ମାନସ କୁମାର ଦତ୍ତ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିସାରିଥିବା ବେଳେ ,ଆଜି ଉଭୟ କଗ୍ରେସ ଏବଂ ବିଜେଡି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି, କଗ୍ରେସ ର ପ୍ରାର୍ଥୀନୀ ମମତା କୁଣ୍ଡୁ ସକାଳ ୧୦ ଟାରେ ଜିଲ୍ଲା କାର୍ଯ୍ଯାଳୟ ରୁ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ପହଞ୍ଚି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ନାମାଙ୍କନ ପତ୍ର ଦାଖଲ ସମୟରେ ସାସଦ ପ୍ରାର୍ଥୀ ନବଜ୍ଯୋତି ପଟ୍ଟନାୟକ, ସଦର କଗ୍ରେସ ସଭାପତି ପଦ୍ମଲୋଚନ ଲେଙ୍କା ,ସଞ୍ଜୀବ ଗିରି,ତୁଷାରକାନ୍ତି ତପସି,ର୍ଅଚନା ନନ୍ଦି ଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ,ସେହିପରି ବିଜେଡି ର ପ୍ରାର୍ଥୀ ସ୍ବରୂପ ଦାସ ସକାଳ 11ଟା ସମୟରେ ଫାଣ୍ଡି ଛକ ଠାରେ ଥିବା ହନୁମାନ ମନ୍ଦିର ରୁ ପୂଜାର୍ଚ୍ଚନା ସାରି ନିଜର ସମର୍ଥନ ଙ୍କ ସହ ପଦଯାତ୍ରା କରି ଉପଜିଲ୍ଲାପାଳ ଙ୍କ କାର୍ଯ୍ଯାଳୟ ରେ ପହଞ୍ଚିବା ପରେ ନାମାଙ୍କନ ପତ୍ର ଦାଖଲ କରିଥିଲେ, ଏହି ପଦଯାତ୍ରା ସମୟରେ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି, ପ୍ରତାପ ଜେନା,ଦେବୀ ମିଶ୍ର, ପ୍ରତାପ ଦେବ,ମୁକ୍ତିକାନ୍ତ ମଣ୍ଡଳ, ରବିନ୍ଦ୍ର କୁମାର ଜେନା,ନିତ୍ଯାନନ୍ଦ ସାହୁ,ରୋହିତ ପୂଜାରୀ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here