ସୁପରହିଟ ଗୀତର ପ୍ରଛ୍ଛପଟ ନାୟକ – ଶୁଭାଶିଷ ଙ୍କ ବିଷୟରେ କିଛି ଅଜଣା କଥା

ବର୍ତମାନ ସମୟରେ ଓଡ଼ିଆ ସଂଗୀତ ଦୁନିଆ ଖୁବ ଆଗକୁ ବଢିଛି ନିଶ୍ଚୟ | ତେବେ ବର୍ତମାନ ଡିଜିଟାଲ ମିଡ଼ିଆ ସମୟରେ ବିଶେଷ କରି ଓଡ଼ିଆ ସଂଗୀତ ଜଗତ ଖୁବ ଉପରକୁ ଯାଇଛି | ପ୍ରାୟ ସବୁ ଦିନ ନୂଆ ନୂଆ ସୁପରହିଟ ଗୀତ ଓଡ଼ିଶାର ବଜାର ରେ ତିଆରି ହେଉଛି |ତେବେ ଆପଣମାନେ ବହୁତ କମ ଲୋକ ହୁଏତ ଜାଣିଥିବେ ଗୋଟିଏ ଗୀତ ତିଆରିହେବା ପଛରେ ଅନେକ ଲୋକଙ୍କ ହାତ ଥାଏ | ଯେପରିକି ସଂଗୀତ ନିର୍ଦେଶକ ,ଗୀତିକାର ଓ ଗାୟକ | କିନ୍ତୁ ଆପଣମାନେ ଜାଣିଛନ୍ତି କି ଏହି ସଂଗୀତ କୁ ସ୍ୱର ରେ ସଜଉଥିବା ଜଣେ ବିଶେଷ ବ୍ୟକ୍ତି ମଧ୍ୟ ଥାନ୍ତି | ଆଜ୍ଞା ହଁ ଯିଏକି Arranger ହିସାବରେ ଗୀତର ମୁଖ୍ୟ ଭୂମିକା ନିଭେଇଥାନ୍ତି |ତେବେ ଆଜି ଆମେ ଆପଣଙ୍କୁ ଏଭଳି ଜଣେ ପ୍ରତିଭା ଙ୍କ ବିଷୟରେ କହିବୁ ଯିଏକି ଅନେକ ଗୁଡିଏ ସୁପରହିଟ ଗୀତର ପଛରେ ତାଙ୍କର ହାତ ରହିଛି I

ଆଜ୍ଞା ହଁ ସେ ହେଉଛନ୍ତି ଢେଙ୍କାନାଳର ପୁଅ ଶୁଭାଶିଷ ରାଉତ | ପିଲାଟି ଦିନରୁ ସଂଗୀତ ପ୍ରତି ତାଙ୍କର ଖୁବ ଆଗ୍ରହ ରହିଥିଲା ଯାହା ଫଳ ରେ ସଁ ବର୍ତମାନ ସମୟରେ ତାଙ୍କର ସେହି ନିଶା କୁ ବଜେଇ ରଖିଛନ୍ତି ଓ ଅନେକ ଗୁଡିଏ ଗୀତର ପ୍ରଛଦପଟ ନାୟକ ରହିଛନ୍ତି | ତେବେ ସେ ଅଭିଜିତ ମଜୁମଦାର ଙ୍କ ସହ ଅନେକ ଗୁଡିଏ ଗୀତରେ ନିଜର Arranger ଭୂମିକା ନିଭାଇଛନ୍ତି | ତେବେ ବାବୁସାନ ଙ୍କ ଅନେକ ଗୁଡିଏ ସୁପରହିତ ଗୀତ ଯେପରିକି “ପ୍ୟାର ଵାଲା ହିଚକି” ହଉ କିମ୍ବା “ପ୍ୟାର କରିବି କୁଞ୍ଚମ କୁଞ୍ଚମ” ଓ ପଲ ପଲ ତତେ ଭଲ ପାଏ ଭଳି ଅନେକ ଗୀତର Arranger ହେଉଛନ୍ତି ସୁଭାଶିଷ ରାଉତ |

ତେବେ ଢେଙ୍କାନାଳର କାମାକ୍ଷାନଗର ଅଂଚଳର ମାଳପୁରା ଗ୍ରାମରରେ ଜନ୍ମଗ୍ରହଣ କରିଥିବା ଏହି ପ୍ରତିଭା ଜଣକ ପେସାରେ ଜଣେ ଇଂନିଜିନିୟର କଲେଜର Vice Principal ହେଇ ପିଲାଙ୍କୁ ପାଠ ପଢ଼ାଉଥିବା ସହ ନିଶାରେ ଜଣେ ସଂଗୀତ Arranger ଅଟନ୍ତି | ତେବେ ଏହା ବ୍ୟତୀତ ସେ ଅନେକ ଗୁଡିଏ ଭଜନ ଆଲବମରେ ମଧ୍ୟ ନିଜର ଅଭିନୟ ପ୍ରତିଭା ଦେଖେଇସାରିଛନ୍ତି ଏହି ପ୍ରତିଭା  | ଚକାନୟନ ଭଳି ସୁପରହିଟ ଗୀତରେ ମଧ୍ୟ ଅଭିନୟ କରିଥିଲେ ଶୁଭାଶିଷ | ତେବେ ସେ ଅନେକଗୁଡିଏ ଆଧୁନିକ ଆଲବମ ରେ ମଧ୍ୟ ନିଜର ପ୍ରଯୋଜନା କରିବା ସହ ଅଭିନୟ କରିଛନ୍ତି | ଯେପରିକି ସୁପରହିଟ ଗୀତ ଗାଈ ମାଳ ମାଳ ଷଣ୍ଢ ଦୁର୍ବଳ ଭଳି ଗୀତରେ ମଧ୍ୟ ସେ ନିଜର ପ୍ରଯୋଜନା ରେ ପାଦ ଥାପିସରିଛନ୍ତି | ତେବେ ସେ ଆଗାମୀ ଦିନରେ ଓଡ଼ିଆ ସଂଗୀତ କୁ ନେଇ ଅନେକ ସ୍ଵପ୍ନ ଦେଖିଛନ୍ତି ଓ ଆଗାମୀ ଦିନରେ ସେ ଆହୁରି ଭଲ ଭଲ ସଂଗୀତ ନେଇ ସ୍ରୋତାଙ୍କ ମନ ଜିତିବାର ଆଶା ରଖିଛନ୍ତି ଆମ ଢେଙ୍କାନାଳ ପୁଅ ଓ ଓଡିଶା ମାଟିର ପୁଅ ଶୁଭାଶିଷ | ତେବେ ଦେଖିବାକୁ ଗଲେ ଶୁଭାଶିଷ ଏକାଧାରରେ ଅନେକ ଗୁଡିଏ ପ୍ରତିଭାର ଅଧିକାରୀ ଅଟନ୍ତି |ନିଜ ବାପାଙ୍କୁ ଜୀବନଠାରୁ ଅଧିକ ଭଲ ପାନ୍ତି ବୋଲି କହିଛନ୍ତି ଶୁଭାଶିଷ | ଏହି ପରି ଅନେକ ଗୁଣ ସମ୍ପର୍ଣ୍ଣ ଶୁଭାଶିଷଙ୍କୁ ଭଗବାନ ତାଙ୍କ ଚଳପଥରେ ଅନେକ ଗୁଡିଏ ସୁଖ ଶାନ୍ତି ଆଣି ଦିୟନ୍ତୁ ଏହା ଆମର କାମନା I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here