ନିୟମ ଉଲଙ୍ଘନ ଅଭିଯୋଗରେ ଶିକ୍ଷୟତ୍ରୀଙ୍କୁ ବିଇଓଙ୍କ ନୋଟିସ

ପୁରୀ(୧୫/୧୦/୨୦)
ନିୟମ ଉଲଙ୍ଘନ କରି ମୂଲ୍ୟବାନ କାର କିଣି ଚଢିବା ଜଣେ ଶିକ୍ଷୟତ୍ରୀଙ୍କୁ ଏବେ ମହଙ୍ଗା ପଡ଼ିଛି। ଯାହାକୁ ନେଇ ଶିକ୍ଷୟତ୍ରୀ ଜଣକ ଏବେ ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ଉପରିସ୍ଥ ଅଧିକାରୀଙ୍କ ଠାରୁ ଆବଶ୍ୟକକୀୟ ଅନୁମତି ନନେଇ ଏକ ମୂଲ୍ୟବାନ କାର କିଣି ଥିବାରୁ ପୁରୀ ବ୍ଲକ ଏଜୁକେସନ ଅଫିସର୍ ସଂପୃକ୍ତ। ଶିକ୍ଷୟତ୍ରୀଙ୍କୁ କାଗଜ ପତ୍ର ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି। ନୋଟିସ ପାଇବାର ତିନି ଦିନ ମଧ୍ୟରେ ଅନୁମତି ପତ୍ର ସହ ଗାଡ଼ିର କାଗଜ ପତ୍ର ଦାଖଲ କରିବା ପାଇଁ ନୋଟିସରେ ନିର୍ଦ୍ଧେଶ ଦିଆଯାଇଛି। ଖବରରୁ ପ୍ରକାଶ ଯେ ପୁରୀ ସଦର ବ୍ଲକ ବିରବଲଭଦ୍ରପୁର ପଞ୍ଚାୟତ ଅଧୀନ ସୁଲଭାଦେଇପୂର୍ ପ୍ରାଇମେରି ସ୍କୁଲରେ ପୁରୀ ସର୍ବଦୟ ନଗର ଅଞ୍ଚଳରେ ରହୁ ଥିବା ବିଦ୍ୟୁତ୍ ପ୍ରଭା ସ୍ବାଇଁ ନାମ୍ନୀ ଜଣେ ମହିଳା ଶିକ୍ଷୟତ୍ରୀ ରୂପେ କାର୍ଯ୍ୟ କରୁଛନ୍ତି। ସେ ଗତ ୨୦୧୫ ମସିହାରେ ହ୍ୟୁଣ୍ଡାଇ କମ୍ପାନୀର ଆଇ ୧୦ ସ୍ପୋର୍ଟସ ନାମରେ ଏକ ନାଲି ରଙ୍ଗର କାର କିଣିଥିଲେ। ଉକ୍ତ କାରକୁ ସେ ପୁରୀ ଆଞ୍ଚଲିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ୨୮/୧୧/୨୦୧୫ ପଞ୍ଜିକୃତ କରିଛନ୍ତି। ଏନେଇ ଜଣେ ସାମ୍ୱାଦିକ ପୁରୀ ବ୍ଲକ ଏଜୁକେସନ୍ ଅଫିସର୍, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ ବ୍ଲକ ଏ ଯୁକେସନ ଅଫିସରଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୧୮୯୯ ତା ୧୨/୧୦/୨୦୨୦ ରିଖ ଅନୁଯାୟୀ ବିଦ୍ୟୁତ୍ ପ୍ରଭାଙ୍କୁ ନୋଟିସ ଜାରି କରାଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ କାଗଜ ପତ୍ର ଦାଖଲ ନ କରନ୍ତି ତେବେ ଆଇନ ତେବେ ଅନୁଯାୟୀ ଶୃଙ୍ଖଳା ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here