ସ୍ଵପ୍ନ ସାକାର ହେଲା , ୨୪ ଘଣ୍ଟା ପାଇବେ ପାନୀୟ ଜଳ :

ଦୃଢ଼ ଇଚ୍ଛାଶକ୍ତି ଓ ସମର୍ପଣତା ଶେଷରେ ରାଜଗାଙ୍ଗପୁର ବାସୀଙ୍କ ପାଇଁ ଆନନ୍ଦ ନେଇ ଆସୁଛି । ରାଜଗାଙ୍ଗପୁର ପୌରାଞ୍ଚଳର ବାସୀ ଙ୍କୁ ୨୪ ଘଣ୍ଟିଆ ପିଇବା ପାଣିର ସୁବିଧା ମିଳିବ । ସ୍ୱପ୍ନ ଦେଖିଥିଲେ ଆପଣ ମାନେ , ପୁରା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବିଜୁ ଜନତା ଦଳର ପୂର୍ବତନ ବିଧାୟକ ମଙ୍ଗଳା କିଷାନ, ପୂର୍ବତନ ପୌରାଧକ୍ଷା ସୁଶ୍ରୀତା ପାଇକରାୟ, ପୂର୍ବତନ କାଉସିଲର ସମସ୍ତ ସଦସ୍ୟ ବୃନ୍ଦ । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଦୀର୍ଘ ଦିନ ଲଢେ଼ଇ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗ ସବୁଦିନ ପାଇଁ ମନେ ରଖିବେ ରାଜଗାଙ୍ଗପୁର ବାସୀ । କାମର ମନ୍ଥରତା ସହିତ ଅସାଧୁ ଲୋକଙ୍କ ଅସହଯୋଗତା ,ବିଭିନ୍ନ ସ୍ଥାନରେ ବିଭିନ୍ନ ସମସ୍ୟା କୁ ନେଇ କେତେବେଳେ ଜିଲ୍ଲାପାଳଙ୍କ ସହିତ ଆଲୋଚନା ତ କେତେବେଳେ କାର୍ଯ୍ୟନିର୍ବାହୀ ଅଧିକାରୀ, ତ କେତେବେଳେ ପିଏଚଡ଼ି ର ସର୍ବୋଚ୍ଚ ଅଧିକାରୀ, ପିଏଚଡ଼ି ର ଯନ୍ତ୍ରୀ ଙ୍କ ସହ ଆଲୋଚନା । ପରିଶେଷରେ ଏହି ମେଗା ପ୍ରକଳ୍ପ ସଫଳ ହେବା ସହ ସେବା ଯୋଗାଇ ଦେବାର ସମୟ ଆସିଛି । ପ୍ରାୟ ନଭେମ୍ବର ମାସ ଶେଷ ବେଳକୁ ଏହା “ସୁଜଳ” ଯୋଜନାରେ ସାମିଲ ହୋଇ ୨୪ ଘଣ୍ଟିଆ ପିଇବା ପାଣି ଯୋଗାଇବ ଆମ ସହର ରାଜଗଙ୍ଗପୁରରେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here