ଖବର ସଂକ୍ଷେପ ରେ … ତାରିଖ ୧୫/୧୦/୨୦, ଗୁରୁବାର (NEWS IN BULLETS) : 7 AM

୧-ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କତା ଅବଲମ୍ବନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଅର୍ଥନୈତିକ କାର୍ଯ୍ୟକ୍ରମ କ୍ଷେତ୍ରରେ କୌଣସି ବାଧାକୁ ବରଦାସ୍ତ କରାଯିବ ନାହିଁ – ମୁଖ୍ୟମନ୍ତ୍ରୀ

୨-ଦୁର୍ଦ୍ଦାନ୍ତ ଅପରାଧୀ ସୁଧୀର ସ୍ବାଇଁ ଗିରଫ, ୫ ବନ୍ଧୁକ, ୫୦ ଅଫୁଟା ଗୁଳି ଜବତ ଏବଂ ୩ ଗିରଫ।

୩-‌CBSE ଦଶମ, ଦ୍ଵାଦଶ ଶ୍ରେଣୀ ଫର୍ମ ପୂରଣ ଅବଧି ୩୧କୁ ବୃଦ୍ଧି।

୪-ମାଲକାନଗିରି: ବାପା ମା ଅଲୋଡ଼ା କରିଦେଇଥିବା ଦୁଇ ଅସହାୟ ଶିଶୁଙ୍କୁ ସହାୟତାର ହାତ ବଢାଇଲା କିସ୍ ଫାଉଣ୍ଟେସନ୍।ପ୍ରତି ମାସରେ ୨୦୦୦ ଟଙ୍କା ସହିତ ପାଠ ପଢିବା ପାଇଁ ସମସ୍ତ ଦାୟିତ୍ୱ ନେଇଛି କିସ ଫାଉଣ୍ଡେସନ।

୫-ପିପିଲିରେ ରାଣୀଙ୍କ ଚର୍ଚ୍ଚା: ଗାଁ ଗାଁ ବୁଲି ମହିଳାଙ୍କୁ ଦାନ କଲେ ନୂଆ ବସ୍ତ୍ର, ବାଣ୍ଟିଲେ ମହାପ୍ରସାଦ, ଲୋକେ କହିଲେ, ‘ଏ ତାଙ୍କର କେଉଁ ରୂପ’।

୬-ଭିଜିଲାନ୍ସ ଜାଲରେ ୫ କୋଟି ଟଙ୍କାର ସମ୍ପତ୍ତି ଥିବା ହିନ୍ଦୀ ମାଷ୍ଟର, ବ୍ରହ୍ମପୁରରେ ୩ କୋଟି ଟଙ୍କାର ଦୁଇଟି ବିଲ୍ଡିଂ ଓ ଭୁବନେଶ୍ୱରରେ ଅଛି ୨୮ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟ।

୭-ଖୋର୍ଦ୍ଧା ଜିଲ୍ଲାର ୫୦୦ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆଜି ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ।

୮-ଲଗାଣ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶା ସ୍ଥିତି ବେହାଲ, ପାହାଡ ଧସିବା ସହ ଅନେକ ଘରଦ୍ୱାର କ୍ଷତିଗ୍ରସ୍ତ।

୯-ଜାମ୍ମୁ କାଶ୍ମୀର ଓ ଲଦାଖ ପାଇଁ ୫ ବର୍ଷିଆ ସ୍ୱତନ୍ତ୍ର ପ୍ୟାକେଜକୁ କ୍ୟାବିନେଟର ଅନୁମୋଦନ।

୧୦-ପୁଣି ଫେରିବ ଟେଲିଫୋନ, ସମସ୍ତ ମନ୍ତ୍ରଣାଳୟ ଓ ସରକାରୀ ଅଫିସରେ ବିଏସଏନଏଲ ଓ ଏମଟିଏନଏଲ ସଂଯୋଗ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର।‌

୧୧-ନଭେମ୍ବର ୧୫ ପର୍ଯ୍ୟାନ୍ତ ଲୋନ ଆକାଉଣ୍ଟ ଏନପିଏ ଘୋଷଣା ହୋଇପାରିବ ନାହିଁ,ନଭେମ୍ବର ୨ ତାରିଖ ମଧ୍ୟରେ ବିସ୍ତୃତ ତଥ୍ୟ ଦେବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ।

୧୨-ଭାରତ-ଅଷ୍ଟ୍ରେଲିଆ ଭୂତଳ ଜଳ ପରିଚାଳନା ବୁଝାମଣାପତ୍ରକୁ କ୍ୟାବିନେଟ୍ ଅନୁମୋଦନ‌।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here