ଜାମ୍ମୁ ଓ କାଶ୍ମୀରର ସୋପିଆରେ ଏନକାଉଣ୍ଟର : ଦୁଇ ଆତଙ୍କବାଦୀ ନିହତ।

ଶ୍ରୀନଗର : ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷା ବାହିନୀଙ୍କ ଅପରେଶନ ଜାରି ରହିଛି। ଆଜି ସୋପିଆ ଜିଲ୍ଲାର ଚକୁରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ୨ ଆତଙ୍କବାଦୀ ନିହତ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ମୃତଦେହକୁ ଜବତ କରାଯାଇ ନାହିଁ। ଏବେ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରହିଛି।ଏହା ସହିତ ପୂରା ଅଂଚଳକୁ ଘେରାବନ୍ଦୀ କରାଯାଇଛି। ସୂଚନାଯୋଗ୍ୟ ଯେ ଚକୁରା ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। ଏହା ପରେ ସିଆରପିଏଫ୍ ଓ ଜାମ୍ମୁ ଓ କାଶ୍ମୀରର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ଅପରେସନ ସମୟରେ ଆତଙ୍କବାଦୀ ମାନେ ସୁରକ୍ଷା ବାହିନୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ଗୁଳି ବିନିମୟ ଜାରି ରହିଥିଲା। ଶେଷରେ ୨ ଆତଙ୍କବାଦୀ ନିହତ ହେବା ଘଟଣା ଜଣେ ପୋଲିସ ଅଧିକାରୀ କହିଛନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here