ବସଷ୍ଟାଣ୍ଡରେ ଥିବା ଶୌଚାଳୟ କାର୍ଯ୍ୟକ୍ଷମ ପାଇଁ ଦାବୀ :

ସରକାରଙ୍କ ଘୋଷଣା ମହିଳାଙ୍କୁ ସମ୍ମାନ ହାସ୍ୟସ୍ପଦ ଓ ଧୂଆଁବାଣ  । ସୁନ୍ଦରଗଡ ଜିଲା ବଡଗାଁ ବ୍ଲକ ଅନ୍ତର୍ଗତ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ତିଆରି ହୋଇଥିଲେ ବି ବିଗତ ଦୁଇ ବର୍ଷ ହେବ ଏହା କାର୍ଯ୍ୟକ୍ଷମ ହୋଇପାରୁନି କାହିଁକି ? କାହା ପ୍ରରୋଚନାରେ ଏହାକୁ ଅଟକ ରଖାଯାଇଛି । ମହିଳା ମାନେ ବସଷ୍ଟାଣ୍ଡ ଏବଂ ତାର ଆଖପାଖ ଅଞ୍ଚଳକୁ କୌଣସି କାମରେ ଆସିଲେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନକୁ ବାରମ୍ବାର ଚେତାଇଲା ପରେ ମଧ୍ୟ ଶୌଚାଳୟ ତିଆରି ଠୁ ଆନୁସଙ୍ଗିକ ବ୍ୟବସ୍ତା କରାଯାଇଥିଲେ ମଧ୍ୟ କାହିଁକି ଓ କେଉଁ କାରଣରୁ ବଡଗାଁ ବସଷ୍ଟାଣ୍ଡରେ ଥିବା ଶୌଚାଳୟ ଆଜକୁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟକ୍ଷମ ନ ହୋଇ ପଡିରହିଛି । ପ୍ରଶାସନ କୌଣସି ପଦକ୍ଷେପ ନେଉ ନ ଥିବା ବେଳେ ଆଜି ବ୍ଲକ ଅଧ୍ୟକ୍ଷାଙ୍କ ଅଧ୍ୟକ୍ଷତାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଛି ଏକ ଅନଶନ କାର୍ଯ୍ୟକ୍ରମ । ଉକ୍ତ ମଞ୍ଚରେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସାଂସଦ ପ୍ରତିନିଧି , ବିଧାୟକ ପ୍ରତିନିଧି , ଜିଲ୍ଲାପରିଷଦ ସଭ୍ୟା , ପାଞ୍ଚଟି ପଞ୍ଚାୟେତର ସରପଞ୍ଚ ଓ ନାଏବ ସରପଞ୍ଚ , ସମାଜସେବୀ ଓ ସ୍ବେଛ୍ଛାସେବୀ ଗଣ ଉପସ୍ଥିତ ରହି ଦାବୀ କରିଛନ୍ତି ଯେ ବସଷ୍ଟାଣ୍ଡ ନିକଟରେ ଥିବା ଶୌଚାଳୟକୁ ଖୋଲା ଯିବାର ଦୃଢ ପ୍ରତିଶୃତି ଯେପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନ ତରଫରୁ ନ ମିଳିଛି ସେ ପର୍ଯ୍ୟନ୍ତ ଏହି ଅନସନ ଜାରି ରହିବ । ଏକ ପ୍ରକାରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଜାରି ରହିବ କହିଲେ ଅତ୍ୟୁକ୍ତି ହେବନାହିଁ । ବିଶେଷ କରି ମହିଳା ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାରୁ ବାଧ୍ୟ ହୋଇ ଲୋକ ପ୍ରତିନିଧି ଗଣ ଏଭଳି ଏକ ସୁ ଚିନ୍ତିତ ପଦକ୍ଷେପ ନେଇଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ବିଶେଃଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here