୩ ଥର ପରିବାର ନିୟୋଜନ ଅସ୍ତ୍ରୋପଚାର ବିଫଳ, ହିତାଧିକାରୀ ଆସନ୍ନ ପ୍ରସବI

ଡାବୁଗାଁ, ୧୪/୧୦ – ସରକାରଙ୍କ ଯୋଜନାରେ ପରିବାର ନିୟୋଜନ କରିବା ପାଇଁ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅସ୍ତ୍ରୋପଚାର କରାଯାଇ ପରିବାର ବୃଦ୍ଧି ନହେବା ନିମନ୍ତେ ସରକାରଙ୍କ ଉକ୍ତ ଯୋଜନା ବିଫଳ ହୋଇ ଏବେ ହିତାଧିକାରୀ ଆସନ୍ନ ପ୍ରସବ ରହିଥିବା ଦେଖାଦେଇଛି | ଏହି ଘଟଣା ଘଟିଛି ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପଞ୍ଚାୟତ ଅଧୀନ ଜଗନ୍ନାଥଗୁଡା ଗ୍ରାମର ପୂର୍ଣ୍ଣ ହରିଜନଙ୍କ ସ୍ତ୍ରୀ ଟିକି ହରିଜନ କ୍ଷେତ୍ରରେ ଦେଖିବାକୁ ମିଳିଛି | ଉକ୍ତ ମହିଳାଙ୍କର ୨ଟି ପୁତ୍ର ସନ୍ତାନ ପରେ ୨୩॰୯॰୨୦୦୮ ମସିହାରେ ପ୍ରଥମଥର ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇ ସବୁଜ ପତ୍ରିକା ପାଇବାର ଆଶା ରଖିଥିବା ବେଳେ ଅସ୍ତ୍ରୋପଚାର ବିଫଳ ପରେ ୨୫॰୫॰୨୦୦୯ ମସିହାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ | ବୋଝ ଉପରେ ନଳିତା ସଦୃଶ ହେବାରୁ ପୁନର୍ବାର ୧॰୫॰ ୨୦୧୨ ମସିହାରେ ସମ୍ପୃକ୍ତ ମହିଳା ଦିତୀୟ ଥର ପରିବାର ନିୟୋଜନ ଅସ୍ତ୍ରୋପଚାର ଏସଟି କ୍ୟାମ୍ପ ମେମୋ ନଂ ୨୨୯ରେ କରାଇଥିଲେ | ନବରଙ୍ଗପୁର ରୋଗୀ କଲ୍ୟାଣ ସମିତି ଦ୍ଵାରା ୪॰୬॰୨୦୧୨ ରେ ଗର୍ଭ ପରୀକ୍ଷା କରାଯାଇଥିବା ବେଳେ ମହିଳା ଜଣଙ୍କ ଗର୍ଭବତୀ ଥିବା ଜାଣିପାରିଥିଲେ | ସୂଚନାଯୋଗ୍ୟ:- ପ୍ରଥମ ଅସ୍ତ୍ରୋପଚାର ପରେ ସେତେବେଳ ସମୟରେ କନ୍ୟା ସନ୍ତାନ ଟି ୪ବର୍ଷର ହୋଇଥିଲା | ଦିତୀୟ ଅସ୍ତ୍ରୋପଚାର ପରେ ୫॰୧୧॰୨୦୧୨ ମସିହାରେ ମହିଳା ଜଣଙ୍କ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିଲେ | ପରିବାର ନିୟୋଜନ ଅସ୍ତ୍ରୋପଚାର କାର୍ଯ୍ୟକ୍ରମରେ ନିଯୁକ୍ତ ଡାକ୍ତର ତରବରିଆ ଓ ବେପରୁଆ ଭାବରେ ଅସ୍ତ୍ରୋପ୍ରଚାର କରିଥିବାରୁ ଏଭଳି ପରିସ୍ଥିତି ବାରମ୍ବାର ସୃଷ୍ଟି ହେଉଥିବା କୁହାଯାଉଛି | ୨ ଟି ସନ୍ତାନରୁ ଅଧିକ ସନ୍ତାନ ର ପ୍ରତିପୋଷଣ କରିପାରିବେ ନାହିଁ ବୋଲି ମହିଳା ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର କରାଇଥିଲେ | ମାତ୍ର ଏବେ ୪ ଟି ସନ୍ତାନ ସହ ଆଗନ୍ତୁକ ସନ୍ତାନ ସହ ୫ ଟି ସନ୍ତାନକୁ  କିପରି ପାଳିବେ ଏହି ଚିନ୍ତାରେ ସ୍ତ୍ରୀ ଓ ସ୍ଵାମୀ ରହିଛନ୍ତି | ଉକ୍ତ ମହିଳାଙ୍କ ସ୍ଵାମୀ ପୂର୍ଣ୍ଣ ହରିଜନ ଡାବୁଗାଁ ଗ୍ରାମର ମହୁରିଆ ହୋଇ ମହୁରି ବଜାଇ ଘର ଘର ବୁଲି ଯାହା ମାଗି ଯାଚି  ଆଣନ୍ତି ଓ ସ୍ତ୍ରୀ ଟିକି ହରିଜନ କୁଲି ମଜୁରି କରି ଯାହା ରୋଜଗାର କରନ୍ତି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡେ | ବର୍ତ୍ତମାନ ଆଉ ଏକ ସନ୍ତାନ ଜନ୍ମ ଦେବା ପରେ କିପରି ତାହାର ଲାଳନ ପାଳନ କରିବେ ସ୍ଵାମୀ ଓ ସ୍ତ୍ରୀ ଏହି ଚିନ୍ତାରେ ପଡିଛନ୍ତି | ଡାକ୍ତର ମାନଙ୍କ ଏଭଳି ଖାମଖିଆଲ ମନୋଭାବ ଯୋଗୁଁ ସମ୍ପୃକ୍ତ ପରିବାର ଦୁଃଖ ଭୋଗିବାକୁ ବାଧ୍ୟ ହେଉଛନ୍ତି | ଉକ୍ତ ପରିବାରକୁ ସରକାରଙ୍କ ପକ୍ଷରୁ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସମସ୍ତ ପ୍ରକାର ସରକାରୀ ସହାୟତା ସହ ୩ ଟି ସନ୍ତାନର ସମସ୍ତ ଖର୍ଚ୍ଚ ଯୋଗାଇ ଦେବାକୁ ଜନସାଧାରଣରେ ଦୃଢ ଦାବି ହେଉଛି | ଏ ନେଇ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା॰ ଜଗନ୍ନାଥ ଦାସଙ୍କୁ ଯୋଗାଯୋଗ କରିବାରୁ ଉକ୍ତ ମହିଳା ଜଣଙ୍କ ପରିବାର ନିୟୋଜନ ଅସ୍ତ୍ରୋପଚାର ବିଫଳ ହେବା ପରେ ସରକାରୀ ସହାୟତା ଭାବେ ୩୦ ହଜାର ଟଙ୍କା କ୍ଷତିପୂରଣ ମିଳିଥିଲା | ସରକାରୀ ସହାୟତା ଥରେ ପାଇବା ପରେ ୨ ଥର ପାଇପାରିବ ନାହିଁ |  ଅସ୍ତ୍ରୋପଚାର ପରେ ॰୧ ଠାରୁ ୮ ଶତକଡା ବିଫଳ ହେବାର ସମ୍ଭାବନା ରହିଛି ବୋଲି କହିଥିଲେ |           

 ପ୍ରଜ୍ଞା ରଞ୍ଜନ ପରିଡା, ଡ଼ାବୁ ଗାଁ, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here