କୋରାପୁଟ ଜିଲ୍ଲା ବୋରିଗୁମ୍ମା ଅଞ୍ଚଳରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ବୋରିଗୁମ୍ମା ପୋଲିସ।ବୋରିଗୁମ୍ମା ଅଞ୍ଚଳରେ ଉମା ଶଙ୍କର ପାଣିଗ୍ରାହୀ ଙ୍କ ଘରେ ସାନିଆ ନାହାକ ନାମକ ଯୁବକ ଭଡାରେ ରହି ଆସୁଥିଲେ।ଉମା ଶଙ୍କର ସାନିଆ ଙ୍କ ଠାରୁ ଧାର ଆକାରରେ କେତେ ବେଳେ ଲକ୍ଷ ଟଙ୍କା ତୋ କେତେବେଳେ ଦୁଇ ଲକ୍ଷ ଟଙ୍କା ନେଇ ସମୁଦାୟ ଚାରି ଲକ୍ଷ ପଚାଶ ହଜାର ଟଙ୍କା ନେଇଥିଲେ।ଟଙ୍କା ଧାର ନେବା ବାବଦରେ ଲେଖାପଡା ବି ହୋଇଥିଲା।ହେଲେ ସୋନିଆ ଟଙ୍କା ମାଗିବାରୁ ଉମାସଙ୍କର ସୋଫା ସୋଫା ମନା କରିଦେଇଥିଲେ।ସେହିପରି କିଛି ସ୍ୱୟଂ ସହାୟକ ମହିଳା ଗୋଷ୍ଠୀ ଙ୍କ ଠାରୁ ମଧ୍ୟ ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି ମହିଳା ମାନେ।ଆଜି ବୋରିଗୁମ୍ମା ଥାନାରେ ସାନିଆ ନାହାକ ଲିଖିତ ଅଭିଯୋଗ କରିଛନ୍ତି ସେହି ଆଧାରରେ IPC କେସ ନମ୍ବର 294,420,506 ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ବୋରିଗୁମ୍ମା ଥାନା ଅଧିକାରୀ ସଞ୍ଜୟ ମଣ୍ଡଳ।