କ୍ରାନ୍ତିକାରୀ ନେତା ପ୍ରଶାନ୍ତ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳି l

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଗତ ୦୮/୧୦/୨୦୨୦ ଗୁରୁବାର ଦିନ କ୍ରାନ୍ତିକାରୀ ତଥା ଗାନ୍ଧିବାଦୀ ନେତା ପ୍ରଶାନ୍ତ ମିଶ୍ରଙ୍କ ବିୟୋଗରେ ସ୍ଥାନୀୟ ଗୋପବନ୍ଧୁ ଟାଉନ ହଲ ଠାରେ ଏକ ଶୋକ ସଭା ଫୋରମର ଉପସଭାପତି ଅଖିଳ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ ଯୋଗ ଦେଇ କହିଥିଲେ ଯେ ଦିବଂଗତ ଗାନ୍ଧିବାଦୀ ନେତା ପ୍ରଶାନ୍ତ ଭାଇନା ନିସ୍ଵାର୍ଥପର ଭାବେ ସେବା କାର୍ଯ୍ୟ କରିଚାଲିଥିଲେ l ସେ ଶ୍ରମିକ ଓ ଗରୀବଙ୍କ ନେତା ଥିଲେ l ଫୋରମର ସମ୍ପାଦକ ଶ୍ରୀ ଭରତ ଦାସ ସ୍ୱାଗତ ଭାଷଣ ଦେଇଥିଲେ l ପୂର୍ବତନ ମନ୍ତ୍ରୀ ଡ଼ ନୃସିଂହ ସାହୁ, ପୂର୍ବତନ ଜି.ପି ବସନ୍ତ ତ୍ରିପାଠୀ ଓ ସଦର ବ୍ଲକ ନେତା ଅର୍ଜୁନ ସାହୁଙ୍କର ଶୋକ ବାର୍ତ୍ତାକୁ ଫୋରମ ର ମହିଳା ନେତ୍ରୀ ପ୍ରଭାତୀ ମହାପାତ୍ର ପାଠ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସ୍ତମ୍ଭକାର ଅନ୍ତର୍ଯ୍ୟାମୀ ରଥ, ବରିଷ୍ଠ ଆଇନଜୀବୀ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ, କଲ୍ୟାଣ କାନୁନଗୋ, କଲ୍ୟାଣ ଆନନ୍ଦ, ବରିଷ୍ଠ ଓକିଲ ଦୀପକ ପ୍ରସାଦ ପଟ୍ଟନାୟକ, ଲୋକ ଅଦାଲତ ସଦସ୍ୟ ଡ଼ ହରେକୃଷ୍ଣ କର, ସୁନୀଲ ଦାସ, ପୂର୍ବତନ ନଗର ପାଳ ସୁଧାଂଶୁ ଦଳେଇ, ଆଇନଜୀବୀ ନିର୍ମଳା ମହାପାତ୍ର, ସାମ୍ବାଦିକ ଶିଶିର ଶତପଥୀ, ସୁରେନ୍ଦ୍ର ଦଳେଇ, ସଦାଶିବ ପୁର ସମିତି ସଭ୍ୟା ଧରିତ୍ରୀ ମଲିକ, ଗଦlଶୀଳl ସମିତି ସଭ୍ୟ ଶେଖର ସେଠି, ରୁଦ୍ର ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜୟକୃଷ୍ଣ ଜେନା, ରମେଶ ରାଜ, ଗୀତାଞ୍ଜଳି ବେହେରା, ବନିତା ସାମଲ, ଫୋରମ ର ଜିଲ୍ଲା କୃଷକ ପ୍ରମୁଖ ମହେଶ୍ୱର ମହାନ୍ତି, କ୍ରାନ୍ତିକାରୀ ଜୟନ୍ତ ଧଳ, ଅଜୟ ଶଙ୍କର ମିଶ୍ର, କାମାକ୍ଷା ବେହେରା ପ୍ରମୁଖ ଦିବଂଗତ ନେତାଙ୍କର ସ୍ମୃତି ଚାରଣ କରିଥିଲେ l ଉକ୍ତ ସଭାର ଫୋରମର ଉପସଭାପତି ପଙ୍କଜ ନାୟକ ପରିଚାଳନା କରିଥିବା ବେଳେ ଫୋରମ ର କାର୍ଯ୍ୟକାରୀ ସଦସ୍ୟ ସରୋଜ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here