ନୂଆ ଶିଳ୍ପ ପ୍ରକଳ୍ପ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୧୨ ଟି ପ୍ରକଳ୍ପ ରେ ୮୭୯୬ କୋଟି ଟଙ୍କାର ପୁଞ୍ଜିନିବେଶ

ଭୁବନେଶ୍ବର : କରୋନା ମହାମାରୀ ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ବହୁତ ପ୍ରଭାବ ପଡିଛି। କହିବାକୁ ଗଲେ ଅର୍ଥନୀତି ବ୍ୟବସ୍ଥା ପୂରାପୂରି ଦୋହଲି ଯାଇଛି। କିନ୍ତୁ ଓଡିଶାରେ ଅର୍ଥନୀତି କିଭଳି ପୂର୍ବାବସ୍ଥାକୁ ଫେରିବ ସେ ନେଇ ନୂଆ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨ ଟି ନୂଆ ଶିଳ୍ପ ପ୍ରକଳ୍ପକୁ ଉନ୍ମୋଚନ କରିଛନ୍ତି। ସେଥିମଧ୍ୟରୁ ୨ଟି ପ୍ରକଳ୍ପକୁ ଗତକାଲି ଉଦଘାଟନ କରାଯାଇଥିବା ବେଳେ ୧୦ ଟି ପ୍ରକଳ୍ପର ଶିଳାନ୍ୟାସ ହୋଇଛି। ଏହି ପ୍ରକଳ୍ପ ପାଇଁ ୮୭୯୬ କୋଟି ଟଙ୍କା ପୁଞ୍ଜିନିବେଶ କରାଯାଇଛି। କରୋନା ମହାମାରୀ ସତ୍ତ୍ୱେ ନିବେଶକଙ୍କ ଠାରୁ ପୁଞ୍ଜିନିବେଶ ହାସଲ କରିବାରେ ଓଡିଶା ପସନ୍ଦର ରାଜ୍ୟ ହୋଇ ରହିଛି। ରାଜ୍ୟ ସ୍ବାସ୍ଥ୍ୟ ସେବା, ପ୍ରଯୁକ୍ତି ବିଦ୍ୟା, ଇସ୍ପାତ, ଅକ୍ଷୟ ଶକ୍ତି, ଖାଦ୍ୟ ପ୍ରକ୍ରିୟାକରଣ ରେ ପୁଞ୍ଜିନିବେଶ କରାଯିବ। ଏହି ଅବସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ଇଡକୋ ସିଏମଡି ସଞ୍ଜୟ ସିଂହ ଓ ଏମ୍ଏସ୍ଏମ୍ଇ ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ଥିଲେ।

ଉଦଘାଟିତ ପ୍ରକଳ୍ପ ଗୁଡ଼ିକରେ ରହିଛି ଯାଜପୁର ହରିଦାଶପୁରରେ ରାମକୋ ସିମେଣ୍ଟର ଗ୍ରାଇଣ୍ଡିଂ ପ୍ରକଳ୍ପ, ଢେଙ୍କାନାଳ ର ଝାରବନ୍ଧ ରେ ରୁଙ୍ଗଟା ମାଇନ୍ସର ସମନ୍ବିତ ଇସ୍ପାତ କାରଖାନା ର କ୍ଷମତା ୨.୮୫ ଏମଟିପିଏମକୁ ସମ୍ପ୍ରସାରଣ, ସମ୍ବଲପୁର ର ପାଣ୍ଡୋଲୋଇରେ ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ଲିମିଟେଡର ପେଲେଟ କାରଖାନା , ଖୋର୍ଦ୍ଧା, ବଲାଙ୍ଗୀର, କଟକ, ବରଗଡ। ପ୍ରଣବ ପ୍ରକାଶ ଦାସ, ଶର୍ମିଷ୍ଠା ସେଠି, ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ ଶିଳାନ୍ୟାସ ସମୟରେ ଉପସ୍ଥିତ ଥିଲେ। ଶିଳ୍ପ ସଂସ୍ଥା ଗୁଡିକର ଶିଳାନ୍ୟାସ ଓ ଉଦଘାଟନ ର ଦଶମ ପର୍ଯ୍ୟାୟରେ ଅଂଶଗ୍ରହଣ କରି ଆନନ୍ଦିତ ବୋଲି ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here