ଗିରଫ ହେଲେ ସେନା ଅଧିକାରୀ

 ଭୁବନେଶ୍ବର : ସେନାଙ୍କୁ ଦେଖିଲେ କିମ୍ବା ତାଙ୍କ ନାଁ ଶୁଣିଲେ ହୃଦୟ ଭିତରୁ ସମ୍ମାନ ଚାଲି ଆସେ। ଦେଶକୁ ସୁରକ୍ଷା ପ୍ରଦାନ କରୁଥିବା ଜଣେ ସେନା ଅଧିକାରୀଙ୍କ ବିରୋଧରେ ପତ୍ନୀ ଆଣିଛନ୍ତି ଯୌତୁକ ନିର୍ଯ୍ୟାତନା ଅଭିଯୋଗ। ପତ୍ନୀଙ୍କ ନିର୍ଯ୍ୟାତନା ଅଭିଯୋଗ ରେ ଭୁବନେଶ୍ବର ମହିଳା ଥାନା ପୋଲିସ ଅଭିଯୁକ୍ତ ସେନା ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ନୂଆପଲ୍ଲୀ ଅଞ୍ଚଳର ଆର୍ମି ମେଜର ସୌମ୍ୟରଂଜନ ପତି। ଅଭିଯୁକ୍ତ ମେଜର ବାପଘରୁ ଲକ୍ଷାଧିକ ଟଙ୍କା ଆଣିବା ପାଇଁ ପତ୍ନୀଙ୍କୁ ଧମକ ଦେଇ ଆସୁଥିଲେ। ମାଡ ମାରିବା ସହ ଗୁଳି କରି ହତ୍ୟା କରିବା ପାଇଁ ଧମକ ମଧ୍ୟ ଦେଉଥିଲେ। ତେବେ ଅକଥନୀୟ ଅତ୍ୟାଚାର ସହ୍ୟ ନ କରି ୪ ଦିନ ପୂର୍ବରୁ ମହିଳା ଥାନା ରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ନୋଟିସ ଜାରି କରାଯାଇଥିଲା କିନ୍ତୁ ସେନା ଅଧିକାରୀ ଉକ୍ତ ନୋଟିସର କୌଣସି ଉତ୍ତର ଦେଇ ନଥିଲେ। ଫଳରେ ଗତକାଲି ରାତିରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେଥିପାଇଁ ବିଳମ୍ବିତ ରାତ୍ରରେ କୋର୍ଟ ଖୋଲିବା ସହ ସେଠାରେ ଗହଳ ଚହଳ ଲାଗି ରହିଥିଲା। ଅଭିଯୁକ୍ତ ସେନା ଅଧିକାରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ଦଫା ସହ ଯୌତୁକ ନିର୍ଯ୍ୟାତନା ଦଫା ମଧ୍ୟ ଲାଗିଛି।

ReplyForward

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here