ଠିକା ସଂସ୍ଥା ର ମନ ମୁଖୀ କାର୍ଯ୍ୟ ପାଇଁ ରାସ୍ତା ପାଲଟିଛି ବିଲ

କାମାକ୍ଷ ନଗର ବ୍ଲକ ବାଇଶିଙ୍ଗା ରେ ହେଉ ଥିବା ଜାତୀୟ ରାଜପଥର ସମ୍ପ୍ରସାରଣ ରେ ମାଳପୁରା ଠାରୁ ବାଇଶିଙ୍ଗା ବଡ ପୋଲିଆ ପର୍ଯ୍ୟନ୍ତ ରାସ୍ତା ପୁରା ଶୋଚନୀୟ | ରାସ୍ତାରେ ପ୍ରତିଦିନ  ସହ ସହ ଭାରିଯାନ ଯିବା ଆସିବା କରୁଛି | କିନ୍ତୁ ବର୍ତ୍ତମାନ ରାସ୍ତା ର ଅବସ୍ତା ଅତି ଶୋଚନୀୟ ଗାଡିମୋଟର ଜିବା ତ ଦୂର କଥା ଚାଲିକରି ଜିବାପାଇଁ ରାସ୍ତା ନାହିିଁ | ଜେଉଁ ରାସ୍ତାରେ ଗାଡି ଯାତାୟତ କରୁଛି ସେଥିରେ ଅନେକ ଜାଗାରେ ଆଣ୍ଠୁଏ ଗୀତ ସହ ରାସ୍ତା ସାରା ଖାଲଢିପ ରେ ଭର୍ତ୍ତି | ଅନେକ ସମୟରେ ଅନେକ ଦୁର୍ଘଟଣା ଘଟୁଛି କିନ୍ତୁ ଏଥି ପ୍ରତି ନା ପ୍ରଶାସନ ନା ଠିକା ସଂସ୍ଥା କେହିବି ଧ୍ୟାନ ଦେଉନାହାନ୍ତି | ଅଞ୍ଚଳ ରେ ବସ ବାସ କରୁଥିବା ହଜାର ହଜାର ଲୋକ ଏହି ରାସ୍ତା ରେ କାମାକ୍ଷନଗର କୁ ଯାନ୍ତି ଏବେ ଯାତାୟତ ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ରାସ୍ତା ସାରା କାଦୁଅ ସଡ ସଡ ଅନେକ ସମୟର ବାଇକ ଏବଂ ସାଇକେଲ୍ ସ୍ଲିପ୍ ହୋଇ ପଡୁଛନ୍ତି |ଏନେଇ ବାରମ୍ବାର ଠିକ ସଂସ୍ଥା କୁ ଗ୍ରାମବାସୀ ଅନୁରୋଧ କଲା ପରେ ମଧ୍ଯ କିଛି ଭି ସୁଫଳ ମିଳୁନାହିଁ |

‌ଏଥିପାଇଁ ସାଧରଣରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି ଅଞ୍ଚଳ ବାସୀ କହିଛନ୍ତି ଯଦି ଏନେଇ ଠିକା ସଂସ୍ଥା ତୁରନ୍ତ କୌଣସି ପଦକ୍ଷେପ ନାନୀଏ ତେବେ ଆଗକୁ ସେମାନେ ରାଜ ରାସ୍ତା ରେ ଆନ୍ଦୋଳନ କୁ ଓହ୍ଲାଇବେ |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here