ଐତିହାସିକ ସ୍ଥଳ ପୋଡଗଡ ପାହାଡ଼ରୁ ଖସିଲା ପଥର

ଡ଼ାବୁ ଗାଁ, ୬.୧୦.୨୦: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଖଣ୍ଡାପଂଚାୟତ ର ପୋଡାଗଡ଼   ପାହାଡ଼ ଉପରୁ ଖସିଲା ଏକ ବିରାଟ ପଥର।ପୋଡ଼ଗଡ ହେଉଛି  ଐତିହଭରା ଏକ ଦର୍ଶନୀୟ ଐତିହାସିକ ସ୍ଥଳୀ।ଏଠାକୁ ଅନେକ ସମୟରେ ବିଭିନ୍ନ ସ୍ଥାନ ରୁ ଲୋକେ ବୁଲିବାକୁ ଆସନ୍ତି।ଲୋକ କଥା ଅନୁସାରେ ଏହି ପାହାଡ଼ ରେ ଭୈରବ ଦେବତା ରୁହନ୍ତି ଏବଂ ରାଜା ମହାରାଜା କାଳରୁ ଏଠି ଭୈରବ ଦେବତା ପୂଜା ପାଇ ଆସୁ ଛନ୍ତି। ବର୍ତ୍ତମାନ ପୋଡ଼ଗଡ ପାହାଡ଼ ରୁ ବିରାଟ ପଥର ଖସିବା ରୁ ଅଞ୍ଚଳ ବାସି ଭାୟବିତ ହୋଇ ନାନାପ୍ରକାର ପୂଜା ଅର୍ଚ୍ଚନା କରୁଛନ୍ତି କାରଣ ଭୈରବ ଭଗବାନ ଙ୍କୁ ଶାନ୍ତ କରିବାକୁ ଓ କୌଣସି ଅଘଟଣ ନ ଘଟିବା ପାଇଁ।ଭଗବାନ ଙ୍କ ଚମତ୍କାର ଭାବି ପୂଜାଅର୍ଚନା କରୁ ଛନ୍ତି, ୬୦୦ ବର୍ଷ ତଳେ ମହାପୁରୁଷ ମାନେ କହି ଥିବା  କଥା ଭୈରବ ଡାକରା ଦେବା ସହ ଜନ ମାନସ ଓ କଳିକାଳ ର ଅନ୍ତ ଘଟିବ ଏହି କଥା କୁ ମନେ ପକାଇ ଲୋକେ ଭୟବିତ ହୋଇ କୌଣସି ଅଘଟଣ ଏ ଅଞ୍ଚଳ କୁ ପ୍ରଭାବିତ ନ କରୁ ବୋଲି ପୂଜାର୍ଚ୍ଚନା କରୁଛନ୍ତି।ଦିନକୁ ଦିନ ଲୋକଙ୍କ ଗହଳ ଚହଳହେଵାକୁ ଲାଗୁଛି।ସମସ୍ତ ଙ୍କ ହାତରେ ଫୁଲ, ନଡ଼ିଆ,ଧୂପ କାଠି ଧରି ଆସୁଥିବା ଦେଖିବାକୁ ମିଳୁଛି।

ପ୍ରଜ୍ଞା ରଞ୍ଜନ ପରିଡା, ଡ଼ାବୁ ଗାଁ, Odisha1

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here