ସହାୟିକା ସଙ୍ଘର ଦାବୀ ଦିବସ ପାଳନ

ଆଜି ଏ ଆଇ ଇଉ ସି ପରିଚାଳିତ ଓଡିଶା ମିଳିତ ବିଦ୍ୟାଳୟ ପାଚିକା–ସହାୟିକା ସଙ୍ଘର ରାଜ୍ୟ କମିଟି ଆହ୍ବାନ କ୍ରମେ ରାଜ୍ୟ ସାରା ଦାବୀ ଦିବସ ପାଳିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର , ବିଶ୍ରା , ଲାଠିକଟା ଏବଂ ନୂଆଗାଁ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ରାଜ୍ୟ ସରକାର ଓ ଗଣ ଶିକ୍ଷା ମନ୍ତ୍ରୀଙ୍କ ନିକଟକୁ ଦାବୀପତ୍ର ପଠାଯାଇଛି । ପାଚିକା–ସହାୟିକା ପରିବାରର ଜୀବନ ରଖିବା ସକାସେ ଅନ୍ୟୁନ ୧୦ ହଜାର ଟଙ୍କା ପ୍ରଦାନ କରାଯାଉ । କରୋନା ସମୟରେ ପାଚିକା–ସହାୟିକା ମାନଙ୍କୁ ମାସିକ ପାରିଶ୍ରମିକ ପ୍ରଦାନ କରାଯାଉ । ତତ ସହିତ ୨୮ ମାସର ବର୍ଦ୍ଧିତ ବକେୟା ତୁରନ୍ତ ପ୍ରଦାନ କରାଯିବା ଦାବୀରେ ଏ ଆଇ ଇଉ ଟି ଇଉ ସିର ସୁନ୍ଦରଗଡ ଜିଲ୍ଲା ସମ୍ପାଦକ ଅଜିତ ନାୟକ , ସଭ୍ୟ ବିଷ୍ଣୁ ପଣ୍ଡା , ବିଜୟ ସାହୁ , ପାଚିକା ଜିଲ୍ଲା ସଭାନେତ୍ରୀ ଟୁନୀ ଓରାମ , ସମ୍ପାଦିକା ସାଲିମ ଓରାମ , ଉପ ସଭାନେତ୍ରୀ ନମିତା ସେଠୀ , ଗୀତା ମହନ୍ତ , ସାହିଦା ବେଗମ , ଜମୁନା ଏକ୍କା , ପାଚିକା ସଙ୍ଗଠକ ବୁଦ୍ଧେଶ୍ବର ଏକ୍କା ପ୍ରମୁଖ ଦାବୀ କରିଛନ୍ତି ଯେ ସେମାନଙ୍କର ଦାବୀ ପତ୍ର ଉପରେ ଅତିଶୀଘ୍ର ବିଚାର କରାଯାଉ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here