କେନ୍ଦ୍ରାପଡା ଶାନ୍ତସାହି ପୋଲ ନିକଟରେଥିବା ନାରାୟଣୀ ଜୁଏଲାରୀରୁ ଲୁଟ୍

କେନ୍ଦ୍ରାପଡା: ଦେଖନ୍ତୁ ଏ ଦୃଶ୍ୟ ହେଉଛି ଶାନ୍ତସାହି ପୋଲ ଉପରେ ଥିବା ପଞ୍ଚମୂଖୀ ହନୁମାନ ମନ୍ଦିର ସମ୍ମୁଖରେ ଥିବା ନାରାୟଣୀ ଜୁଏଲାରୀର ଦୃଶ୍ୟ  । ଗତ ସୋମବାର ଦିନ ବିଳମ୍ବିତ ରାତିରେ କୌଣସି ଦୃର୍ବୁର୍ତ୍ତମାନେ ଜୁଏଲାରୀର ସଟର ଲକ୍ ତାଢି, ଦୋକାନ ଭିତରକୁ ପ୍ରବେଶ କରିବା ସହିତ ସୁନା ଦୋକାନରୁ ଲକ୍ଷ୍ୟାଧିକ ଟଙ୍କାର ସୁନା ଗହଣା ଲୁଟିନେଇ ଫେରାର ହୋଇଯାଇଥିବା ବେଳେ । ତଳବାରଂଗ ଗ୍ରାମର ଦୋକାନର ମାଲିକ ନାରାୟଣ ରାଉତ ଏବିଷୟରେ ନିକଟସ୍ଥ ଟାଉନ୍ ଥାନାରେ ଏକ ଲିଖିତ ଅଭିଯୋଗ ବା ଏଫାୟାର ଦାୟର କରିବା ପରେ । କେନ୍ଦ୍ରାପଡା ଟାଉନ୍ ପୋଲିସ୍ ଡକାୟତ୍ ମାନଙ୍କୁ ଧରିବା ପାଇଁ ତତ୍ପରତା ହୋଇ ଉଠିଥିବା ଜଣାପଡିଛି । ସାଇନଟିଫିକ୍ ଟିମ୍ ଓ କୁକୁରକୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲା ଟାଉନ୍ ପୋଲିସ୍ । ଜୁଏଲାରୀ ପାଖରୁ କିଛି ବା ୨୦୦ ମିଟର ବାଟ ଯିବାପରେ ଏକ ପାନ ଦୋକାନ କ୍ୟାବୀନ୍ ପାଖରେ ପହଞ୍ଚିଥିଲା ପୋଲିସ କୁକୁର । ସେଠାରେ ସାଇନଟିଫିକ୍ ଟିମ୍ ସହିତ ପୋଲିସ ପହଞ୍ଚି ଉକ୍ତ ଦୋକାନିକୁ କିଛି ସମୟ ପଚରା ପଚରୀ କରିବା ପରେ ଦୋକାନ ନିକଟରେ ବା କ୍ୟାବିନ୍ ତଳେ ପଡିଥିବା କିଛି ୟୁଜ୍ ଆଣ୍ଡଥ୍ରୋ ଗ୍ଲାସ୍ କୁକୁର ଶୁଂଘିବା ପରେ ଉକ୍ତ ଗ୍ଲାସ୍ ଗୁଡିକୁ ପୋଲିସ୍ ଗୋଟାଇ ନେଇ ଥାନାକୁ ଫେରି ଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବା ଆଜ୍ଞା ଏଠି ପ୍ରଶ୍ନ ଉଠୁଛି ଯେ-ଉକ୍ତ ଚୋରୀ ହୋଇଥିବା ଜୁଏଲାରୀ ପାଖରୁ ମାତ୍ର ୫ଶହ ମିଟର ଦୂରରେ ରହିଛି ଟାଉନ୍ ପୋଲିସ୍ ଷ୍ଟେସନ୍ । ରାତିରେ କୁଆଡେ ସେଠାରେ ପୋଲିସ୍ ଜଗୁଛି ଏବଂ ଘନଘନ ପୋଲିସ ପ୍ରେଟୋଲିଂଗ୍ ସହର ଯାକ ଚାଲିଥିବା ବେଳେ ପୁଣି ଥାନା ଆଖପାଖରୁ ଚୋରୀ ହେବା ପୋଲିସର ପାରିବା ପଣିଆଁ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାତିରେ ପୋଲିସ କଣ ପଇଁତରା ନମାରୀ ରାତ୍ରୀ ଡିଉଟିରେ ଶୋଇ ପଡୁଛିକି  ? ଏମିତି ବହୁତ୍ ଗୁଡିଏ ପ୍ରଶ୍ନ କେନ୍ଦ୍ରାପଡାର ବୁଦ୍ଧିଜିବୀ ମାନଙ୍କ ମନରେ ମୂଖ୍ୟ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି । ଯଦି ସହରର ଅନେକ ସମ୍ବେଦନଶୀଳ ଯାଗା ଓ ଜନଗହଳୀ ପୂର୍ଣ୍ଣ ଯାଗା ମାନଙ୍କରୁ ଦିନକୁ ଦିନ ଚୋରୀ ଡକାୟତି ଏବଂ ଗୁଣ୍ଡାଗର୍ଦୀ ବଢିବଢୀ ଚାଲେ । ତେବେ ସାଧାରଣ ଜନତା ଭରଷା କରିବେ କାହା ଉପରେ । ପୋଲିସ ନା ଜିଲ୍ଲା ପ୍ରଶାସନ ଉପରେ । ଯଦି ଦିନକୁ ଦିନ ବିଭିନ୍ନ ସୁନା,ରୂପା ଆଳଂକାର ଦୋକାନ ଗୁଡିକ ସହିତ ଅନ୍ୟାନ୍ୟ ବଡ ବଡ ଶୋରୁମ୍ ଗୁଡିକରୁ ଏଭଳି ଭାବରେ ଚୋରୀ ବୃର୍ଦ୍ଦିପାଏ ତେବେ ସାଧାରଣ ଜନତା ପୋଲିସ ଉପରେ ଭରସା କରିବେ କେମିତି । ଉକ୍ତ ଦୋକାନରୁ ଚୋରୀ କରିଥିବା ଚୋର ମାନଙ୍କୁ ଧରିବା ପାଇଁ ସାଧାରଣରେ ଦାବି ଯୋର ଧରିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here