ଜୁଆ ଆଡ୍ଡାରେ ଚଢାଉ ୫ ବଲେରୋ ଜବତ ସମେତ ୪ ଗିରଫ

ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ମୁଣ୍ଡାଗାଁ ଜଙ୍ଗଲରେ ଚାଲିଥିଲା ଅନାୟାସରେ ଜୁଆ ଖେଳ , କରୋନାକୁ ଭୟନାହିଁ ନା ଜୀବଜନ୍ତୁ ପ୍ରତି ମଧ୍ୟ ଭୟ ନ ଥିଲା । ଥିଲା କେବଳ ମୁଠା ମୁଠା ଟଙ୍କା ଜିତିବାର ଲାଳସା । କୌଣସି ସୂତ୍ରରୁ ଖବର ପାଇ ବଡଗାଁ ଥାନା ପୋଲିଶ ଉକ୍ତ ଜୁଆ ଆଡ୍ଡା ଉପରେ ଚଢାଉ କରି ୪ ଜଣ ଯୁଆଡିଙ୍କୁ ଗିରଫ କରିଥିଲେ । ସେମାନେ ଲଇକେରା , ମୁଦ୍ରାଜାର , ବିରବିରା , ଝାରସୁଗୁଡା ଜିଲ୍ଲା ଏବଂ ଧାରୁଆଡିହି ସୁନ୍ଦରଗଡ ଜିଲ୍ଲାର ବାସୀନ୍ଦା ବୋଲି ଜଣାପଡିଛି । ଜୁଆ ଆଡ୍ଡା ସ୍ଥଳରୁ ୫ ଟି ବଲେରୋ , ୨ ପେକେଟ ତାସ ପତ୍ତା , ଏକ ବଡ ପ୍ଲାଷ୍ଟିକ ପାଲ , ୪ ଟି ମୋବାଇଲ  ସମେତ ନଗଦ ରାଶି ରୂପେ ୭୪୦୦ ଟଙ୍କା ଜବତ ହୋଇଛି । ତେବେ ପ୍ରଶ୍ନ ଉଠୁଛି ୪ ଜଣ ଗିରଫ ହୋଇଥିବା ବେଳେ ୫ ଟି ବଲେରୋ ଆସିଲା କୂଆଡୁ । ତେବେ ପୋଲିଶ ଆସୁଥିବାର ସୂଚନା ପାଇ ଅନ୍ୟ ଜୁଆଡି ମାନେ ସ୍ଥାନ ଛାଡି ଫେରାର ହୋଇ ଯାଇଥିଲେ । ପୋଲିଶ ଚଢାଉ ବେଳେ ମାତ୍ର ୪ ଜଣ ଜୁଆଡିଙ୍କୁ ଧରିବାରେ ପୋଲିଶ ସକ୍ଷମ ହୋଇଥିଲା ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here