ଗୋପାଳପୁର ଠାରେ ପ୍ରାକ୍ତନ ମନ୍ତ୍ରୀ ମତୁଲୁବ ଅଲ୍ଲୀଙ୍କ ସ୍ମୁତି ଚାରଣ ସଭା

ମାହାଙ୍ଗା: ବିଶିଷ୍ଟ ସାହିତ୍ୟିକ ତଥା ପୂର୍ବତନ ମନ୍ତ୍ରୀ ସେକ ମତୁଲୁବ ଅଲ୍ଲୀଙ୍କ ବିୟୋଗରେ ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ ଗୋପାଳପୁର ହରଗୋୖରୀ ବଜାର ପ୍ରାଙ୍ଗଣରେ ରବିବାର ସନ୍ଧ୍ୟାରେ ” ମାହାଙ୍ଗା ବୁଦ୍ଧିଜୀବୀ ସଚେତନ ନାଗରିକ ମଞ୍ଚ”       ପକ୍ଷରୁ ଯୁବନେତା ଶୌକତ ଅଲ୍ଲୀଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l

ଏହି ସଭାରେ ବରିଷ୍ଟ ସାମ୍ବାଦିକ ଗୋଲଖ ଚନ୍ଦ୍ର ସୂତାର, ଇଞ୍ଜିନିଅର ସନ୍ତୋଷ ବଳ, ପ୍ରାକ୍ତନ ସରପଞ୍ଚ ନାରାୟଣ ପଣ୍ଡା, ପୂର୍ବତନ ଜିଲାପରିଷଦ ସଭ୍ୟ ଚନ୍ଦ୍ରଶେଖର ସାମଲ, ଅଧ୍ୟାପକ ପ୍ରତାପ ମହାପାତ୍ର,ମାହାଙ୍ଗା ସାମ୍ବାଦିକ ସଂଘ ସଭାପତି ଅଖିଳେଶ ମହାନ୍ତି,  ଆଡ଼ଭୋକେଟ ଦୀପକ ମହାନ୍ତି, କବି ପ୍ରଫୁଲ୍ଲ ସିଂ, ଶିକ୍ଷାବିତ ପ୍ରଦ୍ୟୁମ୍ନ ବାରିକ, ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ, ଶିକ୍ଷାବିତ ମାନଗୋବିନ୍ଦ ପଣ୍ଡା, ସମାଜସେବୀ ରଞ୍ଜନ ପ୍ରଧାନ, ଅଶୋକ ମିଶ୍ର, ସାମାଜିକକର୍ମୀ ଆକାଶ ପ୍ରଧାନ, ପ୍ରହ୍ଲାଦ ପଣ୍ଡା, ଅଜୟ କୁମାର,ଭାଗବତ ମହାରଣା ରାଉତରାୟ,ଭଦ୍ରେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ବିପିନ ସ୍ୱାଇଁ, ସେକ ମୋହିଉଦ୍ଦିନ, ମତୁଲୁବ ଖାଁ, ବିଶ୍ୱଭୂଷଣ ପ୍ରଧାନ, ଅଧ୍ୟାପକ ନିତ୍ୟାନନ୍ଦ ସାମଲ, ସାମ୍ବାଦିକ ସୁରେଶ ବଳ, ଚୌଧୁରୀ ବିଭୁତି ଭୂଷଣ ପ୍ରହରାଜ, ଏବଂ ଜଚିନ୍ଦ୍ର ବାରିକ ପ୍ରମୁଖ ମାହାଙ୍ଗା ମାଟିର ଯଶସ୍ବୀ ପୁରୁଷ ସ୍ବର୍ଗତ ମତୁଲୁବ ଅଲ୍ଲୀଙ୍କ ଫଟୋ ଚିତ୍ରରେ ପୁଷ୍ପାର୍ଘ୍ୟ  ଅର୍ପଣକରି ତା’ଙ୍କ କର୍ମମୟ ଜୀବନର  ଅନେକ ଅନାଲୋଚିତ ସ୍ମୁତି ଉପରେ ଆଲୋଚନା କରିଥିଲେ l

ସ୍ବର୍ଗତ ଅଲ୍ଲୀଙ୍କ ଜୀବନ ଏକ ଉତ୍ସର୍ଗିକୃତ ଜୀବନ ବୋଲି ବକ୍ତାମାନେ କହିଥିଲେ l

ମାହାଙ୍ଗାରୁ ଭାଗବତ ମହାରଣା ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here