ରାଉରକେଲା ଡେଲି ମାର୍କେଟର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା

ରାଉରକେଲା ସ୍ଥିତ ମୁଖ୍ୟ ବଜାର କହିଲେ ବୁଝାଏ ଡେଲି ମାର୍କେଟକୁ । ଏଠାରେ ବିଭିନ୍ନ ପ୍ରକାର ସାମଗ୍ରୀର ହୋଲସେଲ ଦୋକାନ ସମେତ ବିରାଟ ପରିବା ବଜାର ସାଙ୍ଗକୁ ମାଛ ଗଦ୍ଦି ବି ରହିଛି । ଏହି ରାସ୍ତାରେ ବଡ ହୋଟେଲ ସାଙ୍ଗକୁ ଦୁଇଟି ବେଙ୍କ ଓ ପେଟ୍ରୋଲ ପମ୍ପ ମଧ୍ୟ ଅଛି । ଏଠାକୁ ବିଭିନ୍ନ ଯାଗାର ବେପାରୀ ସାଙ୍ଗକୁ ସମସ୍ତ ପ୍ରକାରର ଶହ ଶହ ଯାନ ବାହାନ ଏହି ରାସ୍ତା ଦେଇ ଚଳା ଚଳ କରିଥିବା ସହିତ ବହୁ ଲୋକେ ଆସି ସଉଦା ପତ୍ର ଓ ପରିବା କିଣନ୍ତି । ଡେଲି ମାର୍କେଟର ମୁଖ୍ୟ ରାସ୍ତାଟି ସବୁ ବେଳେ ଜାମ ରହୁ ଥିବା ବେଳେ ଟ୍ରାଫିକ କାଁ ଭାଁ ନଜରକୁ ଆସନ୍ତି । କିନ୍ତୁ ହୋଲସେଲ ଦୋକାନକୁ ସାମଗ୍ରୀ ନେଇ ଆସୁଥିବା ମାଲ ବୋଝେଇ ଟ୍ରକ ଅସମୟରେ ଅନାୟାସରେ ପଶି ଆଶି ଛୋଟ ଯାନ ବାହାନ ଓ ପାଦ ଚଲା ଲୋକଙ୍କୁ ଘୋର ଅସୁ ବିଧାରେ ପକାଏ ସେତେବେଳେ କୌଣସି ଟ୍ରାଫିକ ବ୍ୟବସ୍ତା ଆଖି ଦୃଶିଆ ହୁଏନାହିଁ । ତେବେ ପାଣି ଯିବାକୁ କୌଣସି ରାସ୍ତା କରାଯାଇ ନ ଥିବାରୁ ଅଳ୍ପ ବର୍ଷାରେ ମୁଖ୍ୟ ରାସ୍ତା ଉପରେ ଚାଲେ ପାଣି । ମୁଖ୍ୟ ରାସ୍ତାର ଅନେକ ଯାଗା ଫାଟି ଯାଇ ଗର୍ତ୍ତ ସୃଷ୍ଟି ହୋଇଥିବା ସତ୍ତ୍ବେ ଏହା ପ୍ରଶାସନର ଦୃଷ୍ଟି ଗୋଚର ହେଉନାହିଁ । ମୁଖ୍ୟ ରାସ୍ତାରେ ସୃଷ୍ଟି ହୋଇଥିବା ଗର୍ତ୍ତ ଗୁଡିକ ଯୋଗୁଁ ଯାନ ବାହାନ ଓ ପାଦଚଲା ରାସ୍ତାର ଲୋକେ ଦୁର୍ଘଟଣା ଗ୍ରସ୍ତ ହେବା ସହ ମୃତ୍ୟୁ ମୁଖରେ ପଡୁଛନ୍ତି । କଥା ହେଉଛି ଲୋକେ ଯାନ ବାହାନ ଚଳାଇବାକୁ ଟେକ୍ସ ଦେଉଛନ୍ତି , ବ୍ୟବସାୟ ପାଇଁ ଟେକ୍ସ ଦେଉଛନ୍ତି , ଉଠା ବେପାରୀ ମଧ୍ୟ ଟେକ୍ସ ପଇଠ କରୁଛନ୍ତି । ତେବେ ଡେଲି ମାର୍କେଟର ମୁଖ୍ୟ ରାସ୍ତା ଏଭଳି ମରଣଯନ୍ତା ଭାବେ ପଡି ରହିକି କାହିଁକି ତାର ଉତ୍ତର ଦେବେ କି ମୁଖ୍ୟ ପ୍ରଶାସନ ଅଧିକାରୀ ? କାହିଁକି ଏବଂ କେଉଁ କାରଣରୁ ଡେଲି ମାର୍କେଟ ସ୍ଥିତ ମୁଖ୍ୟ ରାସ୍ତାକୁ ବନା ଯାଉନାହିଁ । ଯଦି ବନା ଯିବ କେବେ ବନା ଯିବ ?  ଉକ୍ତ ମୁଖ୍ୟ ରାସ୍ତାରେ ଯାନ ବାହାନ ଯିବା ଆସିବା ସହିତ ଆବାଳ ବୃଦ୍ଧ ବନିତା ସଉଦା ପତ୍ର ଓ ଅନ୍ୟାନ୍ୟ କାମ ପାଇଁ ପ୍ରତ୍ୟହ ଯା ଆସ କରୁଛନ୍ତି । ବେଶୀ ଦୁର୍ଘଟଣାର ଶିକାର ହେଉଛନ୍ତି ପାଦ ଚଲା ଲୋକ ଓ ଦୁଇ ଚକିଆ ଯାନ । ସ୍ଥାନୀୟ ଜନସାଧାରଣ ଦାବୀ କରିଛନ୍ତି ଯେ ଏଥିପ୍ରତି ବିଶେଷ ଦୃଷ୍ଟି ଦେଇ ଯୁଦ୍ଧ କାଳୀନ ଭିତ୍ତିରେ ଶୀଘ୍ରାତି ଶୀଘ୍ର ରାସ୍ତା ମରାମତି କରାଯାଉ ନଚେତ ବାଧ୍ୟ ହୋଇ ଲୋକେ ରାଜ ରାସ୍ତାକୁ ଓହ୍ଲାଇବେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here