କୋରାପୁଟ ସଦର ଥାନା ପକ୍ଷରୁ ଆମ ପୋଲିସ ସମିତି ସଭା ଅନୁଷ୍ଠିତ I

କୋରାପୁଟ/ଲକ୍ଷ୍ମୀପୁର  :- କୋରାପୁଟ ବ୍ଲକ ମସ୍ତିପୁଟ ଗ୍ରାମରେ କୋରାପୁଟ ସଦର ଥାନା ପକ୍ଷରୁ ଆମ ପୋଲିସ ସମିତି ସଭା ହାଇସସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋରାପୁଟ SDPO ଗୁଣନିଧି ମଲିକ, ଇନିସ୍ପେକ୍ଟର ସମର୍ପିତା ସ୍ବାଇଁ, ଏସଆଇ ପ୍ରଫୁଲ୍ଲ କୁମାର ପାତ୍ର ଯୋଗ ଦେଇ ଥିଲେ । ସଦରଥାନା ଅନ୍ତର୍ଗତ  କୋରାପୁଟ ବ୍ଲକ ଏବଂ ଦସମନ୍ତପୁର ବ୍ଲକ ର ୧୪ଟି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ , ୱାର୍ଡ ମେମ୍ବର  ଯୋଗଦେଇ ବିଭିନ୍ନ ସମସ୍ୟା ବିଷୟରେ ଯଥା କୋଭିଡ ନିୟମ ,ସାମାଜିକ ଦୁରତ୍ବ, ବାଲ୍ୟ ବିବାହର କୁ ପ୍ରଭାବ, ମଦ୍ୟପାନ ଜନିତ କ୍ଷତି ବିଷୟରେ ଲୋକଙ୍କୁ ସଚେତନ କରିବା ସହ, ଯୁବକ ମାନେ ଏକଜୁଟ ହୋଇ ଗ୍ରାମର ଉନ୍ନତି ବିଷୟରେ କାର୍ଯ୍ୟ କଲେ ନିଜକୁ ଅସାମାଜିକ କାର୍ଯ୍ୟରୁ ଦୁରେଇ ରଖିବା ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରି ଧନ୍ୟବାଦର ପାତ୍ର ହେବା ସହିତ ଗାଁରେଘଟୁଥିବା ଅସାମାଜିକ କାର୍ଯ୍ୟକଳାପରେ ସୁଧାର ଆସି ପାରିବ ବୋଲି ବୁଝାଇ ଥଲେ। ବିଶେଷ କରି ବଦସୁକୁ ପଞ୍ଚାୟତ ଅଞ୍ଚଳରେ ବିଦେଶୀ ମଦ ,ଗଞ୍ଚେଇ କାରବାର ହେଉଥିବା ହେତୁ। ଅଞ୍ଚଳ ଦୂଷିତ ହେବାକୁ ଯାଉଥିବା ହେତୁ ଦୃଷ୍ଟି ଦେବାକୁ  ସରପଞ୍ଚ ଗୋବିନ୍ଦ  ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଗ୍ରାମାଞ୍ଚଳରେ ପୋଲିସ ସକ୍ରିୟ ରହିବ ବୋଲି ଏସ ଡି ପି ଓ  ସୂଚନା ଦେଇଛନ୍ତି।

Report : ତପନ ହିଆଲ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here