ମୂଲ୍ୟବାନ ବୀଜାକାଠ ଜବତ , ଜଣେ ଗିରଫ

ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ଅନ୍ତର୍ଗତ ୨୧୫ ନମ୍ବର ଭାରତୀୟ ଜାତୀୟ ରାଜପଥ ର ରେଙ୍ଗାଲବେଡା ନିକଟରୁ କୋଇଡା ବନାଞ୍ଚଳ ବିଭାଗ ମୂଲ୍ୟବାନ ବୀଜାକାଠ ବୋଝେଇ ଏକ ଟିପ୍ପର ଗାଡିକୁ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁଯାୟୀ ଗତକାଲି କାଲଟା ସଂରକ୍ଷିତ ଜଙ୍ଗଲରୁ ଏକ ଟିପ୍ପର ଗାଡିରେ ବହୁ ମୂଲ୍ୟବାନ ବୀଜାକାଠ ଲୋଡ କରି ଝାଡଖଣ୍ଡ ସୀମାନ୍ତବର୍ତ୍ତୀ ବଡବିଲ ଅଭିମୁଖେ ବାହାରି ଥିଲା । ବିଶେଷ ସୂତ୍ରରୁ ଖବର ପାଇ କୋଇଡା ରେଞ୍ଜର ଭାରପ୍ରାପ୍ତ ଅଧିକାରୀ ନବୀନ ପ୍ରଧାନ , କୋଇଡା ଫରେଷ୍ଟର ତୋଫାନ ତ୍ରିପାଠୀ , କାଲତା ଫରେଷ୍ଟର  ଦୁର୍ଗା ଚରଣ ମିଶ୍ର , ଗଣେଷ ପାତ୍ର ଙ୍କ ମିଳିତ ସହଯୋଗରେ ୨୧୫ ନମ୍ବର ଜାତୀୟ ରାଜପଥର ରେଙ୍ଗାଲବେଡା ଠାରେ  କାଠ ବୋଝେଇ ଟିପ୍ପରକୁ ଜବତ କରିଥିଲେ । ଏହି ଟିପ୍ପରରେ ଥିବା କାଠ ଗୁଡିକର ଆନୁମାନିକ ମୂଲ୍ଯ ୧ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । କିନ୍ତୁ ଚୋରା କାଠ ବୋଝେଇ ଟିପ୍ପରଟି  କାଲତା ଜଙ୍ଗଲରୁ ବହୁ ମୂଲ୍ୟବାନ ବୀଜାକାଠ ଲୋଡ କରି କିପରି ଭାରତୀୟ ଜାତୀୟ ରାଜପଥ ୨୧୫ ଦେଇ ଯାଉଥିଲା ?  କିପରି ଜାଣି ପାରିଲା ନାହିଁ ବନ ବିଭାଗ ? ନା ଜାଣିଶୁଣି ନ ଜାଣିଲା ପରି ରହୁଛି ବନ ବିଭାଗ ? ନା କୌଣସି କର୍ମଚାରୀ ଙ୍କ ସହଯୋଗରେ ହେଉ ଥିଲା କି କାଠ ଚୋରି ? ଯଦି ନା ତେବେ ଚୋରା କାଠ ବୋଝେଇ ଟିପ୍ପର ଗାଡିଟି କାଲତା ଜଙ୍ଗଲରୁ କାଠ ଲୋଡ କରିଥିବା ବେଳେ କାଲତା ଠାରୁ ୧୫ କିଲୋମିଟର ଦୂର ରେଙ୍ଗାଲବେଡା ଠାରେ କିପରି ଗାଡିକୁ ଜବତ କଲା କୋଇଡା ବନ ବିଭାଗ ? ଏହାର ଉଚିତ ତଦନ୍ତ କରାଗଲେ  ସତ୍ୟତା ଲୋକ ଲୋଚନକୁ ଆସି ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here