ରାଜ୍ୟରେ ଦରଦାମ୍ ବୃଦ୍ଧିକୁ ନେଇ ମୂଖ୍ୟ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୦ହଜାର ପୋଷ୍ଟ୍ କାର୍ଡ ପ୍ରେରଣ

କେନ୍ଦ୍ରାପଡାର : ଆଜି କେନ୍ଦ୍ରାପଡା ମେଡିକାଲ୍ ଛକ ନିକଟରେ ଥିବା ଓଡିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ରାଜ୍ୟ ଜନଶକ୍ତି ପାର୍ଟିର ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଦାଶଙ୍କ ନେତୃତ୍ୱରେ ପ୍ରହ୍ଲାଦ ମହାଳୀ, ସୁବାଷ ରାଉତ, ଶାନ୍ତନୁ ଦାସ, ଚୈତନ୍ୟ ମଲ୍ଲିକ୍, ଗୋଲଖ ପ୍ରଧାନ, ଅଜୟ ନାୟକ, ଶାନ୍ତନୁ ନାୟକ, ରହିଶ୍ ଖାଁ, ଦିଲ୍ଲୀପ ଜେନା, ମହେଶ୍ୱର ସେଠୀ, କ୍ଷେତ୍ରବାସୀ ସାହୁ, କୈଳାସ ମଲ୍ଲିକ, ମହେଶ୍ୱର ବେହେରା ପ୍ରମୁଖ ଶତାଧିକ କର୍ମୀ ଦେଶରେ ଯେଉଁଭଳି ଭାବରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ଯଥା-ଆଳୁ, ପିଆଜ,ତେଲ ମସଲା ସହିତ ପନି ପରିବାର ମୂଲ୍ୟ ଆକାଶ ଛୁଆଁ ରେଟ୍ ହୋଇଛି । ତାହାର ପ୍ରତିବାଦ ସ୍ୱରୂପ ପ୍ରାୟ ୧୦ ହଜାର ପୋଷ୍ଟ କାର୍ଡ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିକଟକୁ ଖାଦ୍ୟ ସାମଗ୍ରୀ ସହିତ ବିଭିନ୍ନ ଜିନିଷର ଦରଦାମକୁ କମାଇବା ପାଇଁ ପୋଷ୍ଟାଲ୍ ମାଧ୍ୟମରେ ପ୍ରେରଣ କରାଯିବାର ଶୁଭଆରମ୍ଭ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଆସନ୍ତୁ ଶୁଣିବା କଣ ପ୍ରତିକ୍ରିୟା ରଖୁଛନ୍ତି ଜନଶକ୍ତି ପାର୍ଟିର ସଭାପତି ଶ୍ରୀଯୁକ୍ତ ଦାଶଙ୍କ ସମେତ ଉପସ୍ଥିତ ଅନ୍ୟାନ୍ୟ ନେତୃବୃନ୍ଦ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here