ପାରିବାରିକ ରାଜନୀତିକୁ ନିଜେ ବିଭିନ୍ନ ମଞ୍ଚରେ ନା କରିଥିଲେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି

ଭୁବନେଶ୍ବର: ଶେଷରେ ପୁରୀର ପୂର୍ବତନ ବିଧାୟକ ମହେଶ୍ବର ମହାନ୍ତି ପାରିବାରିକ ରାଜନୀତିର ଆଶ୍ରୟ ନେଇଛନ୍ତି। ଯେଉଁ କଥାକୁ ସେ ଗତ ଦଶନ୍ଧି ଧରି ବିଭିନ୍ନ ମଞ୍ଚରେ ଅସ୍ବୀକାର କରି ଆସୁଥିଲେ, କୌଣସି ପରିସ୍ଥିତିରେ ପରିବାରରୁ ତାଙ୍କ ସକ୍ରିୟ ସମୟରେ କେହି ରାଜନୀତିକୁ ଆସିବେ ନାହିଁ ବୋଲି କହି ବୁଲୁଥିଲେ, ଏବେ ସେହି କଥାକୁ ସେ ନିଜେ ଢୋକି ଦେଇଛନ୍ତି। ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଭାବେ ମହେଶ୍ବର ମହାନ୍ତିଙ୍କୁ ବଡ଼ ପୁଅ ସୁନୀଲ ମହାନ୍ତି ଏବେ ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ରାଜନୀତି ସହିତ ଆଦୌ ସଂପର୍କ ନ ଥିବା ସୁନୀଲ, ବାପା’ ମହେଶ୍ବରଙ୍କ ପ୍ରଭାବ ବଳରେ ସିଧାସଳଖ ରାଜ୍ୟ ଉପସଭାପତି ପଦକୁ ଉନ୍ନୀତ ହୋଇଛନ୍ତି।

ପୂର୍ବରୁ ବିଜେଡିରେ ବହୁ ବରିଷ୍ଠ ନେତା ଚତୁରତାର ସହିତ ପୁଅମାନଙ୍କୁ ରାଜନୀତି ମଇଦାନରେ ଥଇଥାନ କରିବାରେ ସଫଳ ହୋଇଛନ୍ତି। ହେଲେ ଅନେକ ନେତାଙ୍କୁ ପୁଅ ମୋହ ମହଙ୍ଗା ପଡ଼ିଛି। ଏପରିକି ପୁଅକୁ ଥଇଥାନ କରିବା ନିଶାରେ ନିଜର ରାଜନୀତିର ସବୁ ସଫଳତାକୁ ପାଣି ଫୋଟକା ଭଳି ମିଶାଇ ଦେଇଛନ୍ତି। ଖୋଦ୍ ବିଜୁ ବାବୁଙ୍କ ଅନ୍ତେ ନବୀନ ବାବୁଙ୍କୁ ତତ୍କାଳୀନ ଜନତା ଦଳ ନେତାମାନେ ରାଜ୍ୟ ରାଜନୀତିକୁ ଆଣିଥିଲେ। ବିଜୁ ବାବୁ ପାରିବାରିକ ରାଜନୀତିରେ ବିଶ୍ବାସ କରୁନଥିଲେ।

ବିଜୁଙ୍କ ଏକାନ୍ତ ଅନୁଗତ ବୋଲି କୁହାଯାଉଥିବା ବିଜୟ ମହାପାତ୍ର ଓ ନଳିନୀ ମହାନ୍ତି ଏହି ଧାରାରେ ଯାଇଥିଲେ। ନଳିନୀଙ୍କ ଅନ୍ତେ ତାଙ୍କ ପୁଅ ରାଜନୀତିକୁ ଆସିଥିଲେ। ସେହିପରି ଅଶୋକ ଦାସଙ୍କ ପରେ ଯାଇ ତତ୍କାଳୀନ ନେତାମାନେ ପ୍ରଣବ ପ୍ରକାଶ ଦାସ ବା ବର୍ତମାନର ବିଜେଡି ସଂଗଠନ ସଂପାଦକ ବବି ଦାସଙ୍କୁ ରାଜନୀତିକୁ ଆଣିଥିଲେ। ବିଜୟ ମହାପାତ୍ର ତାଙ୍କ ପୁଅକୁ ସକ୍ରିୟ ରାଜନୀତିରୁ ଯଥେଷ୍ଟ ଦୂରରେ ରଖିଛନ୍ତି। ଅନ୍ୟପକ୍ଷରେ ଦାମ ବାବୁ (ଡାକ୍ତର ଦାମୋଦର ରାଉତ)ଙ୍କ ଭଳି ନେତା ପୁଅକୁ ଥଇଥାନ କରିବାରେ ସଫଳ ହୋଇଥିଲେ ହେଁ ନିଜର କ୍ୟାରିଅରରେ ଡୋରି ବାନ୍ଧିଥିଲେ।

ବିଜୟଶ୍ରୀ ରାଉତରାୟ ରାଜନୀତିରୁ ଅବସର ନେଇ ନିଜ ସ୍ଥାନରେ ପୁଅକୁ ଟିକେଟ୍ ଦେଇଥିଲେ। ଅନଙ୍ଗ ଉଦୟ ସିଂହଦେଓଙ୍କ ପାଇଁ ବି ପୁଅ ମୋହ ଅଡୁଆ ପରିସ୍ଥିତି ସୃଷ୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here