କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ଏକାଦଶହ ଉପଲକ୍ଷ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ ଅନାମ ବନ୍ଧୁ ଧଳଙ୍କ ଏକାଦଶହ ଉପଲକ୍ଷ ଏକ ରକ୍ତଦାନ ଶିବିର ଗାଂଗପଡା ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ଭିଡିଓ କନଫରେନସ୍ ମାଧ୍ୟମରେ ଶୁଭ ଉଦଘାଟନ କରିଥିବା ବେଳେ । ମୂଖ୍ୟ ଅତିଥିଭାବେ ରାଜନଗର ବିଧାୟକ ଶ୍ରୀଯୁକ୍ତ ଧୂର୍ବ ଚରଣ ସାହୁ ଓ ଜିଲ୍ଲା ପରିଷଦ ସଭାପତି କେନ୍ଦ୍ରାପଡା ଶ୍ରୀଯୁକ୍ତ ମାନସ କୁମାର ପରିଡା,ରାଜ୍ୟ ବିଜେଡି ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ କୁମାର ପଣ୍ଡା,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଦୂର୍ଗାଶିଶ୍ ମହାନ୍ତି,ସତ୍ୟପ୍ରକାଶ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ନେତା ମାନସ କୁମାର ସାହୁ,ପ୍ରମୋଦ କୁମାର ପ୍ରଧାନ ଓ ହିରଣ୍ୟ କୁମାର ପଣ୍ଡା ଓ ଭାଇସ୍ ଚେୟାରମ୍ୟାନ ସ୍ନେହଁଲତା ପ୍ରଧାନ,ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଦିଲ୍ଲୀପ୍ କୁମାର ରାଉତ,ନାରୀନେତ୍ରୀ ଅନିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନାରେ ସମସ୍ତ ସାହାଯ୍ୟ ସହଯୋଗ କରିଥିଲେ । ପ୍ରାୟ ୬୦ରୁ ଅଧିକ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଅପରାହ୍ନ ୪ଘଟିକା ସମୟରେ ସ୍ୱର୍ଗତ ଧଳଙ୍କ ବିୟୋଗରେ ଏକ ଶୋକସଭା ସହିତ ସ୍ମୃତି ପୁସ୍ତିକା ଉନ୍ମୋଚନ କରାଯାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

ରିପୋର୍ଟ -ପ୍ରଫୁଲ୍ଲ ଦାସ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here