ପୁରୀ ଜାତୀୟ ସେବା ଯୋଜନା ଦିବସ ପାଳିତ

ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ  ୫୨ ତମ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇ ଅଛି | କୋରନା ମହାମାରୀ ପାଇଁ ଏହି କାର୍ଯ୍ୟକ୍ରମ ଟି ଗୁଗୁଲ ମିଟ  ମାଧ୍ୟମରେ ଅନୁଷ୍ଠିତ ହୋଇଅଛି । ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ସୁଜାତା ମିଶ୍ର ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ପୂର୍ବକ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନାର ଧେୟ ବାକ୍ଯ ” ମୁଁ ମୋ ପାଇଁ ନୁହେଁ ବରଂ ତୁମ ପାଇଁ  – NOT ME BUT YOU  ” କୁ ସାକାର କରିବା ସହ ଜଣେ ଜଣେ କୋଭିଡ୍ ଯୋଦ୍ଧା ରୂପେ ସାମାଜିକ ଗଣମାଧ୍ୟମ ଦ୍ୱାରା ଜନ ସଚେତନତା କରିବା ଦିଗରେ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।  ଏହି ସଭାରେ  ମୁଖ୍ୟ ଅତିଥି ରୂପେ  ଡ଼ଃ ଉମେଶ ଚନ୍ଦ୍ର ଚିନ୍ନାରା  ପୂର୍ବତନ ଜାତୀୟ ସେବା ଯୋଜନା  କାର୍ଯ୍ୟକ୍ରମ ଅଧିକାରୀ ଯୋଗ ଦେଇ “ROLE OF NSS VOLUNTEERS AFTER COLLEGE LIFE ” ବିଷୟରେ ସରଳ ଉଦାହରଣ ମାଧ୍ୟମରେ ଦିଗ୍ ଦର୍ଶନ କରାଇଥିଲେ  । କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ ଅଶୋକ ସିଂ ଓ ଡ଼ଃ ଶାରଦା ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here