କର୍ମଚାରୀ ଙ୍କ ମୃତ୍ୟୁ ରେ ଶୋକ

ଡାବୁଗାଁ, ୨୪/୯ ବୁଧବାର ପ୍ରାୟ ବାର ଘଣ୍ଟା ସମୟରେ ନବରଙ୍ଗପୁର ଜିଲ୍ଲା  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲାପାଳ ଙ୍କ ମୋଟର ଚାଳକ ନିରଞ୍ଜନସୁନା  ଙ୍କ ଭୁବନେଶ୍ୱର ଠାରେ ଚିକିତ୍ସାଧୀନ ଗବ ସମୟରେ ଅକାଳ ବିୟୋଗ ହୋଇଯାଇଛି। ଦୁଃଖଦ ଖବର ଶୁଣି ଜିଲ୍ଲାପାଳ, ଡକ୍ତର ଅଜିତ କୁମାର ମିଶ୍ର ଗଭୀର ଶୋକ ପ୍ରକାଶ କରିଥିଲେ । ସ୍ୱର୍ଗତ ସୁନାଙ୍କ ଙ୍କ ଉଦ୍ଧେଶ୍ୟରେ ଏକ ଶୋକ ସଭା ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାମାଜିକ ଦୂରତା ରକ୍ଷା କରି  ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଙ୍କ ସଭାପତିତ୍ୱ ଏକ ଶୋକ ସଭା ହୋଇଯାଇଛି । ଏହି ସଭାରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଶ୍ରୀ ନିମାଇ ଚରଣ ସୁତାର, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସମସ୍ତ ଡେପୁଟି କଲେକ୍ଟର, ସମସ୍ତ ଆସିସିଷ୍ଟାଣ୍ଟ କଲେକ୍ଟର୍, DIO, ବିଶ୍ୱ ରଞ୍ଜନ ଭୁକ୍ତା, ଜିଲ୍ଲା କ୍ରୀଡା ଅଧିକାରୀ ମହେନ୍ଦ୍ର ସାହୁ, ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସାହାୟକ ଏ, ସୁରେଶ ଙ୍କ ସହିତ ଜିଲ୍ଲା କାର୍ଯ୍ୟାଳୟର ସମସ୍ତ ଅଧିକାରୀ, ଓଡିଶା ରାଜସ୍ୱ  ଅମଲା ସଂଘର ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଙ୍କ ସହିତ ଅନ୍ୟାନ୍ୟ ସମସ୍ତ ସରକାରୀ କର୍ମଚାରୀବୃନ୍ଦ ଉପସ୍ଥିତ ରହି ଦିବଂଗତ ସହକର୍ମୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ।  

ପ୍ରଜ୍ଞା ରଞ୍ଜନ ପରିଡା, ଡ଼ାବୁଗାଁ, Odisha1.tv

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here