ବାଦଲଗିରି ଜଳପ୍ରପାତରେ ବୁଡି ଦୁୁଇଜଣ ନିଖୋଜ, ପୋଲିଶ ଓ ଦମକଳବାହିନୀର ଖାନ ତଲାସ ଜାରି : ବଣାଇଁ

ସୁନ୍ଦରଗଡ଼: ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ସାପଲତା ଗ୍ରାମର ବାଦଲଗିରି ଜଳପ୍ରପାତରେ ବୁଡି ଦୁଇ ଜଣ ଯୁବକଙ୍କ ନିଖୋଜ ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ବାଦଲଗିରି ଜଳପ୍ରପାତକୁ  ରାଉରକେଲାର କୋଏଲ ନଗର ଅଞ୍ଚଳରୁ ୮ଜଣ ଯୁବକ ବଣ ଭୋଜି କରିବା ପାଇଁ ଆସିଥିବା ବେଳେ ଜଳ ପ୍ରପାତରେ ଆଜି ଗାଧୋଇବା ପାଇଁ ପାଣି ଭିତରକୁ ପସି ଥିବା ବେଳେ ପାଣି ଗଭୀର ଥିବାରୁ ଦୁଇଜଣ ଅନିମେଶ ସିଂହା, ଓ ସାଇଶ୍ବରୂପ ମାହାନ୍ତି ନାମକ ଯୁବକ ବୁଡି ଯାଇ ନିଖୋଜ ଥିବା ଜଣାପଡିଛି। ତେବେ ଖବର ପାଇ ଗୁରୁଣ୍ଡିଆ ଦମକଳବାହିନୀ ଓ ଗୁରୁଣ୍ଡିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁତ ଖୋଜାଖୋଜି କରିଥିଲେ ସୁଦ୍ଧା ଖବର ଲେଖା ହେବା ପର୍ଯ୍ୟନ୍ତ ତାଙ୍କର କୌଣସି ପତା ପାଇନଥିବା ଜଣାପଡିଛି।  ଦୁଇଜଣଙ୍କ ପତ୍ତା ପାଇନଥିବା ବେଳେ ଆସନ୍ତା କାଲି ପୁନର୍ବାର ତଲାସ ଜାରି ରହିବ ବୋଲି ଦମକଳ ବାହିନୀ ପକ୍ଷରୁ ସୂଚନା ମିଳିଛି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here