ରାଉରକେଲା: ସହରେ ଘୁରିବୁଲୁଛି ସାମ୍ବାଦିକଙ୍କୁ କିଣିବାର ଅଡିଓ ଟେପ, ଦଲାଲ ସକ୍ରିୟ

ରାଜ୍ୟରେ କୋଭିଡ ମହାମାରିଠାରୁ ବଳିଯାଇଛି କୋଭିଡ ଦୁର୍ନୀତି। ଭଲରେ କଣ, ସୂଚନା ଅଧିକାର ଆଇନରେ ମାଗିଲେ ମିଳୁନାହିଁ ତଥ୍ୟ । କୋଭିଡ ଦୁର୍ନୀତିକୁ ନେଇ ରାଜ୍ୟର ପ୍ରମୁଖ ବିରୋଧୀ ଦଳମାନେ ଗାଁ ଠାରୁ ରାଜଧାନୀ ଯାଏ ଅନେକ ତୁମ୍ବିତୋଫାନ କଲେଣି। ଏଭଳି ପରିସ୍ଥିତିରେ ରାଉରକେଲା ବା ବାଦ ପଡିବ କିପରି ?  ଚଳିତ ସପ୍ତାହରେ କଂଗ୍ରେସ ଓ ବିଜେପି ପକ୍ଷରୁ ରାଉରକେଲାର ଅନ୍ଯତମ କୋଭିଡ କେୟାର ହସ୍ପିଟାଲ ଦଣ୍ଡିଆପାଲିସ୍ଥିତ ଜୟପ୍ରକାଶ ହସ୍ପିଟାଲରେ ଚାଲିଥିବା ଦୁର୍ନୀତି ବିରୁଦ୍ଧରେ ଦୃଢ଼ ପ୍ରତିବାଦ କରିଥିଲେ।

ତେବେ ସାଧାରଣରେ ଦେଖା ଦେଇଥିବା ଅସନ୍ତୋଷକୁ ଚାପିବା ପାଇଁ ଓ ସରକାରୀ ଅନୁଗ୍ରହ ଲାଭ କରିବାକୁ ଏବଂ ତାହା ସହିତ ଜୟପ୍ରକାଶ କୋଭିଡ ହସ୍ପିଟାଲର ଇମେଜ୍ ଚମକାଇବା ପାଇଁ ସାମ୍ବାଦିକଙ୍କୁ ଖୁଲମଖୋଲା ଦିଆଯାଇଛି ଅର୍ଥ ପ୍ରଲୋଭନ !ଯାହାର ଅଡିଓ ଟେପ୍ ଏବେ ସହରର ଦାଣ୍ଡରେ ପଡି ହାଟରେ ଗଡୁଛି ।ସାମ୍ବାଦିକଙ୍କୁ କିଣାବିକାର ଭାଗରାଲ ହୋଇଥିବା ଅଡିଓ ଟେପକୁ ଯଦି ବିଶ୍ବାସକୁ ନିଆଯାଏ ତେବେ ତାହା ଅତ୍ଯନ୍ତ ସାଙ୍ଘାତିକ ଓ ବିପଦଜ୍ଜନକ।

ରାଜ୍ୟ ତଥା ସହରର ପ୍ରତିଷ୍ଠିତ ଶିଳ୍ପପତି ତଥା ଖଣି ମାଲିକ ଡି.ଆର.ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲକରାର ପରିଚୟ ଦେଇ ହୃଷିକେଶ ମହାପାତ୍ର ନାମକ ଜନୈକ ବ୍ଯକ୍ତି ଜୟପ୍ରକାଶ ହସ୍ପିଟାଲରେ ଚାଲିଥିବା କୋଭିଡ ଚିକିତ୍ସା ସମ୍ପର୍କରେ ଭଲ ଖବର ଛାପିବାକୁ ସାମ୍ବାଦିକମାନଙ୍କୁ ଖୁଲମଖୋଲା ଅର୍ଥ ଲାଞ୍ଚ ଯାଚିବାର ଅଡିଓ ଟେପ୍ ବର୍ତ୍ତମାନ ସହରର ସୀମା ହଦ ଡେଇଁ ଡେଇଁ ଜିଲ୍ଲାବ୍ଯାପି ଚର୍ଚ୍ଚାର ଖୋରାକ ଯୋଗାଇଛି। ଯଦି ଏହି ଡାକ୍ତରଖାନାରେ ସବୁକିଛି ଠିକ୍ ଚାଲୁଥାଏ, ତେବେ କିଏ କେଉଁଥି ପାଇଁ ଓ କାହିଁକି ସାମ୍ବଦିକଙ୍କୁ ଅର୍ଥ ପ୍ରଲୋଭନ ଦେଉଛି ? ଏହା କଣ କୋଭିଡ ଚିକିତ୍ସା ଆଇନର ଉଲଙ୍ଘନ ନୁହେଁ କି ? ରାଜ୍ୟର ଅନ୍ଯାନ ଘରୋଇ କୋଭିଡ ଡାକ୍ତରଖାନାରେ ଏଭଳି କିଛି ଅନିୟମିତତା ଚାଲୁଛି କି ? କୋଭିଡ ଚିକିତ୍ସା ନାମରେ ସରକାରୀ ଅନୁଦାନର ହରିଲୁଟ ହେଉନାହିଁ ତ ?

 ଗୋଟିଏ ପଟେ ‘ଫେମ’ ନାମକ ଏକ ଅନୁଷ୍ଠାନ କରି ଅଭିନୟ ଶିକ୍ଷା ଦେଉଥିବା ସହରର ତଥାକଥିତ ଆଭିନେତା ହୃଷିକେଶ ମହାପାତ୍ର ଶିଳ୍ପପତି ଡି.ଆର. ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କାହାକୁ ଅଛପା ନାହିଁ। ତେବେ ଉକ୍ତ ଅଭିନେତା ଡି.ଆର. ପଟ୍ଟନାୟକ ଓ ଡାକ୍ତରଖାନାର ନିର୍ଦ୍ଦେଶକ ସଞ୍ଜୟ ବନଶଲଙ୍କ ନାମ ନେଇ ଡାକ୍ତରଖାନାକୁ ସୁହାଇଲା ଭଳି ଖବର ଛାପିବା ଓ ଦେଖାଇବା ପାଇଁ ସାମ୍ବାଦିକମାନଙ୍କୁ ସିଧାସଳଖ ଅର୍ଥ ଲୋଭ ଦେଉଥିବା ଅଡିଓ ଟେପରୁ ସ୍ପଷ୍ଟ ହେଉଛି। ଶ୍ରୀ ମହାପାତ୍ରଙ୍କ ବକ୍ତବ୍ୟରୁ ଅନେକ ସାମ୍ବଦିକଙ୍କୁ ଅର୍ଥ ଦିଇଯାଇଥିବାର ସୂଚନା ମଧ୍ୟ ମିଳୁଛି। ସ୍ବଛ ଓ ନିର୍ମଳ ପ୍ରଶାସନର ଦାବୀ କରୁଥିବା ମାନ୍ଯବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଡିଓ ଟେପର ସତ୍ଯତା ସମ୍ପର୍କରେ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here