ଖବର ସଂକ୍ଷେପ ରେ … ତାରିଖ ୨୧/୦୯/୨୦, ସୋମବାର(NEWS IN BULLETS) : 7 AM

୧-ଆଜିଠୁ ଯୁକ୍ତ ଦୁଇ ନାମଲେଖା, ସକାଳ ୯ରୁ ଅପରାହ୍ନ ୫ ଯାଏଁ ହେବ ନାମଲେଖା, ପ୍ରତି ଘଣ୍ଟାରେ ୧୫ ଜଣ ନାମଲେଖାଇବେ ଓ କୋଭିଡ୍-19 ଗାଇଡଲାଇନ୍ ପାଳନ କରିବେ।

୨-କରୋନା ପ୍ରାଦୁର୍ଭାବ: ଆସନ୍ତା ଦୁଇ ଦିନ ହାଇକୋର୍ଟ ବନ୍ଦ।

୩-ବିଏମ୍‌ସିର ନିଷ୍ପତ୍ତି: ହୋମ୍‌ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ୨ ଥର କରାଯିବ ଭିଡିଓ କଲିଂ।

୪-ପ୍ରବଳ ବିରୋଧ ସତ୍ତ୍ବେ ଧ୍ବନିମତରେ ରାଜ୍ୟସଭାରେ କୃଷି ବିଲ୍ ଗୃହିତ।

୫-ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ; ୧୦ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି।

୬-ସେପ୍ଟେମ୍ବର ୨୭ରେ JEE ADVANCED,୧.୬୦ଲକ୍ଷ ଛାତ୍ରଛାତ୍ରୀଙ୍କ ପଞ୍ଜିକରଣ, ଆଜିଠୁ ଆଡମିର୍ଟ କାର୍ଡ ଡାଉନ୍ ଲୋଡ୍।

୭-ରାଉରକେଲା: ଜଳପ୍ରପାତରେ ବୁଡ଼ି ଗଲେ ୨ ଇଂଞ୍ଜିନିୟରି ଛାତ୍ର,ଜଣେ ମୃତ ଜଣେ ନିଖୋଜ।

୮-ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ, ଗତ ୨୪ ଘଣ୍ଟାରେ ୪୩୩୦ଟି ନୂଆ ସଂକ୍ରମିତ ଚିହ୍ନଟ।

୯-କୋଭିଡ ନିୟମ ଉଲ୍ଲଂଘନ: ଭୁବନେଶ୍ୱରରେ ୩ୟ ଦିନରେ ୨୭୨୯ ଜଣଙ୍କୁ ଜରିମାନା, ୨୨ ଦୋକାନ ବନ୍ଦ।

୧୦-IPL 20: ସୁପର ଓଭରରେ ପଞ୍ଜାବକୁ ହରାଇଲା ଦିଲ୍ଲୀ।

୧୧-ବଲିଉଡରେ ପୁଣି ବିବାଦ : ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଶୋଷଣର ଅଭିଯୋଗ ଆଣିଲେ ପାୟଲ ଘୋଷ। କଂଗନା ପୋଷ୍ଟ କଲେ #ME TOO

୧୨-ଭାରତ ଅକ୍ତିଆରରେ ଏବେ ଦକ୍ଷିଣ ପେଙ୍ଗୋଙ୍ଗର ୬ରୁ ଅଧିକ ପାହାଡ଼,ଚୀନ୍‌ର ବ୍ଲାକ୍ ଟପ ଓ ହେଲମେଟ୍ ଟପ୍।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here