ଅଜଣା ଗାଡି ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ରାସ୍ତା ରେ ଥିବା ଚାଡ୍ରି ହରିହରପୁର ଗ୍ରାମ ତଳକୁ ଥିବା ୧୪୩ ନଂ ଜାତୀୟ ରାଜପଥ ରେ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଥିବା ଦେଖାଯାଇଛି  l ମୃତ ଯୁବକ ଦ୍ୱୟଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଅନ୍ଧାର ରାତିରେ କୌଣସି ଅଜଣା ଗାଡି ଧକ୍କା ଦେଇ ଚାଲି ଯାଇଥିବାର ଆଶଙ୍କା କରାଯାଉଛି l ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସୂଚନା ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଶବ ଦୁଇଟିକୁ ଜବତ କରିବା ସହିତ ଦୁର୍ଘଟଣା ଗ୍ରସ୍ତ ଓଡି ୧୪ଏଚ ୪୩୧୧ ବାଇକ ଟିକୁ ମଧ୍ୟ ଜବତ କରିଥିବାର ଜଣାପଡିଛି l ଆସନ୍ତା କାଲି ପରିଚୟ ମିଳିବା ପରେ ଶବ ଦ୍ୱୟ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ସୂତ୍ରରୁ ପ୍ରକାଶ  । ଏହି ଘଟଣା କୁ ନେଇ ଫାଣ୍ଡିରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ଫାଣ୍ଡି ପୋଲିଶ  ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here