ଭୋଜିଭାତ ଖାଇ ସାରି ଘରକୁ ଫେରିବା ବାଟରେ ଗଛକୁ ପିଟିଲା କାର, ଦୁଇ ମୃତ , ଜଣେ ଗୁରୁତର I

ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତର ବାଲିଯୋଡି ନିକଟରେ କାର ଦୁର୍ଘଟଣାରେ ଝାଡଖଣ୍ଡ କିରିବୁରର  ଦୁଇ ମୃତ ଜଣେ ଗୁରୁତର। ଗାଡି ନଂ ଜେଏଚ ୦୫ ବିସି ୭୬୦୦ ଅଲ୍ଟୋ କାର ଯୋଗେ ଡେଙ୍ଗୁଳାରୁ ନିଜର ପରିଜନଙ୍କ ଏକା ଦସାହ କର୍ମ ସାରି  ନିଜ ଗ୍ରାମ ଝାରଖଣ୍ଡ ର କିରିବୁରୁକୁ ଫେରୁଥିବା ବେଳ ବାଲିଯୋଡି ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିଲା କାର ଘଟଣାସ୍ଥଳରେ  ଦୁଇ ମୃତ ଜଣେ ଗୁରୁତର। ମୁତ ବ୍ୟକ୍ତି ହେଲେ ଜଗତ ନାଏକ (୩୫) ,ପୁରେନ୍ଦ୍ର ନାଏକ,(୩୬)ଆହତ ଜଣକ ହେଲେ କ୍ରିଷ୍ଣା  ଚୌରସିଆ ସମସ୍ତଙ୍କ ଘର କିରିବୁରୁ ଏରିଆରେ ବୋଲି ଜଣା ପଡ଼ିଛି।ଖବର ପାଇ କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଦ୍ବୟକୁ ଜବତ କରିବା ସହିତ ଗୁରୁତରକୁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର  ପଠାଇ ଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here