ଡାଲମିଆ ସିମେଣ୍ଟ ଲାଞ୍ଜିବେର୍ଣ୍ଣl ମାଇନ୍ସ ତରଫରୁ ଚାରାରୋପଣ :

ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ଅନ୍ତର୍ଗତ ଲାଞ୍ଜିବେର୍ଣ୍ଣl ଚୂନପଥର ଖଣିର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସଆର) ତରଫରୁ ବିଭିନ୍ନ ଫଳ ଗଛ ଚାରା ବଣ୍ଟନ ତଥା ରୋପଣ କରାଯାଇଛି l ପ୍ରତି ବର୍ଷ ଭଳି ଲାଞ୍ଜିବେର୍ଣ୍ଣl ଏବଂ ଏହାର ଆଖପାଖ ୩୪ଟି ଗ୍ରାମରେ ପ୍ରାୟ ଦଶହଜାର ଆମ୍ବ, ଲିଚୁ, ପିଜୁଳି, ଲେମ୍ବୁ ଏବଂ କାଜୁ ଭଳି ଫଳ ଗଛ ଚାରା ରୋପଣ କରାଯାଇଛି l

ଏହି ଚାରା ରୋପଣ ନିମନ୍ତେ କମ୍ପାନୀର ସିଏସଆର ବିଭାଗର ଅଧିକାରୀ ମାନେ ଲୋକମାନଙ୍କୁ ବୃକ୍ଷ ରୋପଣର ଉପକାରିତା ସମ୍ବନ୍ଧରେ ସଚେତନ କରିଥିଲେ l ଏତଦବ୍ୟତୀତ ଶାନ୍ତlଦେବୀ ଉଚ୍ଚ ବିଦ୍ୟାଳୟ ଏବଂ ଲକ୍ଷ୍ମୀପୋଷ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଏବଂ ସିଏସଆର ବିଭାଗର ଅଧିକାରୀମାନେ ମିଳିତ ଭାବେ ସାମାଜିକ ଦୂରତା ବଜାୟରଖି ବିଦ୍ୟାଳୟ ପରିସରରେ ଚାରାରୋପଣ କରିଥିଲେ l

ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ପରିବେଶର ସୁରକ୍ଷା ନିମନ୍ତେ ତଥା ସବୁଜ ସୁନ୍ଦର ବନାନୀ ପ୍ରତିଷ୍ଠା କରିବା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଅଗ୍ରାଧିକାର ପ୍ରଦାନ କରିଆସୁଅଛି l ଜ୍ଞାନପାଲି  ସରପଞ୍ଚ ଶ୍ରୀମତୀ ଇନ୍ଦିରା ଖାଲଖୋ, କଟଙ୍ଗର ୱାର୍ଡ ମେମ୍ବର ନିର୍ମଳା ଗୁଡିଆ , ଚୌକିଦାର ପଡାର ୱାର୍ଡ ମେମ୍ବର ସୁଜାତା ବାଦି, ରୂମlବାହାଲ ଗ୍ରାମର ୱାର୍ଡ ମେମ୍ବର ସାବିତ୍ରୀ ଟପ୍ପୋ, ବାବୁଡିହି ଗ୍ରାମର ୱାର୍ଡ ମେମ୍ବର ମମତା ସିଂ, କୁକୁଡ଼ା ଗ୍ରାମର ୱାର୍ଡ ମେମ୍ବର ମାନୁଏଲ ଟପ୍ପୋ, ଲିଟିବେଡା ଗ୍ରାମର ୱାର୍ଡ ମେମ୍ବର ଆଶ୍ରିତl ଲାକ୍ରା, ତାନlଟୋଲି ଗ୍ରାମର ୱାର୍ଡ ମେମ୍ବର ମଂଜୁଲା ମିଞ୍ଜ, ତୁରୀପଡା ଗ୍ରାମର ୱାର୍ଡ ମେମ୍ବର ନୀଳିମା କିସପଟା, ଲକ୍ଷ୍ମୀପୋଷ ଗ୍ରାମର ୱାର୍ଡ ମେମ୍ବର ଶକୁନ୍ତଳା ମିଞ୍ଜ ପ୍ରମୁଖ ଉପସ୍ଥିତ ରହି ଏହି ଚାରାରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l

ଚାରାରୋପଣ କାର୍ଯ୍ୟକ୍ରମକୁ ସିଏସଆର ବିଭାଗର ଅଧିକାରୀମାନେ ଗ୍ରାମବାସୀମାନଙ୍କ ସହାୟତାରେ ସୁପରିଚାଳନା କରିଥିଲେ ଏବଂ ଗ୍ରାମବାସୀମାନେ କମ୍ପାନୀର ଏହି କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ l

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here