ସ୍ଥାନୀୟ ବେକାରୀ ଯୁବକ ଯୁବତୀ ମାନଙ୍କ ନିଯୁକ୍ତି ଦାବୀ କଲା ଭାରତର ଗଣତାନ୍ତ୍ରିକ ଯୁବ ଫେଡେରେସନ I

ସୁନ୍ଦରଗଡ଼: ବର୍ତମାନ ଆମ  ଦେଶ ଭାରତ ସହିତ ଓଡିଶା  କରୋନା ସଂକ୍ରମଣ ମହାମାରୀ ରେ କବଳିତ । କୋଇଡା ଅଞ୍ଚଳର ଶ୍ରମିକ ମାନେ  ବାହାରେ ରହି ବିଭିନ୍ନ କାର୍ଯ୍ୟ କରୁଥିଲେ ।  କରୋନା ସଂକ୍ରମଣ ମହାମାରୀ ଯୋଗୁ ଶ୍ରମିକ ମାନେ ନିଜ ନିଜ ଘରକୁ ଫେରିବା ପରେ କୌଣସି କାର୍ଯ୍ୟ ନ ପାଇ ଘରେ ବସି ରହିଛନ୍ତି । ଏହି ସଙ୍କଟ ସମୟରେ ବେକାର ଯୁବକ ଯୁବତୀ ଙ୍କ ର କର୍ମ ନିଯୁକ୍ତି ନେଇ ସାରା ଓଡ଼ିଶାରେ ଭାରତ ର ଗଣତାନ୍ତ୍ରିକ ଫେଡେରେସନ ତରଫରୁ  ବିକ୍ଷୋଭ ପ୍ରଦର୍ଶନ  କରାଯାଇ ଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକରେ ବହୁ ଲୌହ ଖଣି  ଥାଇ ମଧ୍ୟ  ଖଣି  କର୍ତ୍ତୃପକ୍ଷ ବାହାର ରାଜ୍ୟରୁ ଶ୍ରମିକ ଆଣି କାର୍ଯ୍ୟ କରୁଥିବାରୁ ସ୍ଥାନୀୟ ନିଯୁକ୍ତି କୁ ଅବହେଳା କରୁଥିବା ଅଭିଯୋଗ ହେଉଛି ।

ଯୁବକ ଯୁବତୀ ଙ୍କ ପାଇଁ ବେକାରୀ ଭତ୍ତା ପ୍ରଦାନ କରିବା , ସ୍ଥାନୀୟ କର୍ମ ନିଯୁକ୍ତି ସଂସ୍ଥା ଦ୍ୱାରା ନିଯୁକ୍ତି କରିବା,  ଆଦି ବହୁ   ସମସ୍ୟା ନେଇ  କୋଇଡା ବ୍ଲକର ଗଣତାନ୍ତ୍ରିକ ଯୁବ ଫେଡେରେସନ ର ସଭାପତି ବାଦଲ ବାରିକ ଙ୍କ ନେତୃତ୍ୱ ରେ ମାଲଦା ସରପଞ୍ଚ ଦିବାକର ନାଏକ, ଡମ୍ବରୁ ଧର ଦେହୁରୀ, ପ୍ରଭାତ ପାତ୍ର ଆଦି ବହୁ ସଭ୍ୟ କୋଇଡା ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ  କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ଦାବିପତ୍ର ବ୍ଲକ ର ସହକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପ୍ରଦାନ କରିଥିଲେ ଓ  ତୁରନ୍ତ ସ୍ଥାନୀୟ ବେକାରୀ ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି କରିବା ପାଇଁ ଆଲୋଚନା କରିଥିଲେ ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here