ରାଉରକେଲା ମହାନଗର ନିଗମ ପକ୍ଷରୁ ଜନସଂପର୍କ ଅଭିଯାନ I

ରାଉରକେଲା: ସ୍ମାର୍ଟ୍ ରୋଡ୍ ଫେଜ୍ – ୨ ନିର୍ମାଣ କାର୍ଯ୍ୟ ନିମନ୍ତେ ବିଭିନ୍ନ ବ୍ୟକ୍ତି ତଥା ବ୍ୟବସାୟୀଙ୍କ ସହ କମିଶନରଙ୍କ ଆଲୋଚନ । ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପକ୍ଷରୁ ପରିକଳ୍ପନା କରାଯାଥିବା ସ୍ମାର୍ଟ ରୋଡ୍ ଫେଜ୍ – ୨ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ।  ଏହି ପ୍ରକଳ୍ପ ଅଧିନରେ ସମୂଦାୟ ୨୮ଟି ରୋଡର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ। ସହରର ମୁଖ୍ୟ ମୁଖ୍ୟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଏହି ପ୍ରକଳ୍ପ ଅଧିନରେ କରାଯିବ। ସେଥିମଧ୍ୟରୁ ସହରର ମୁଖ୍ୟ ମାର୍ଗରେ ଅବସ୍ଥିତ ଥିବା ଡେଲି ମାର୍କେଟ ରାସ୍ତାର ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ସାରିବାକୁ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇ ଆସୁଛନ୍ତି। ଏହି କ୍ରମରେ ଆଜି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ରାଉରକେଲା ମହାନଗର ନିଗମର କମିଶନର ଶ୍ରୀଯୁକ୍ତ ଦିବ୍ୟଜ୍ୟୋତି ପରିଡ଼ା ରାଉରକେଲା ଚାମ୍ବର ଅଫ୍ କମର୍ସ ଓ ଇଣ୍ଡଷ୍ଟ୍ରିଜର ମୁଖ୍ୟ ଶ୍ରୀ ପ୍ରବୀଣ ଗର୍ଗ ଓ ମୁଖ୍ୟ ମାର୍ଗରେ ଥିବା ଡେଲି ମାର୍କେଟରେ ବ୍ୟବସାୟ କରୁଥିବା ଅନ୍ୟ ବ୍ୟବସାୟୀଙ୍କ ସହ ଭର୍ଚୁଆଲ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ୍ ଆଲୋଚନା କରିଥିଲେ। ଆଲୋଚନା ବେଳେ କମିଶନର କହିଥିଲେଯେ, ଲୋକଙ୍କ ସୁବିଧା ଲାଗି ଡେଲି ମାର୍କେଟ ରାସ୍ତା ଉନ୍ନତିକରଣ କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ସମୟ ପୂର୍ବରୁ ଆରମ୍ଭ କରିବା ଲାଗି ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ପ୍ରସ୍ତୁତ ଅଛି। ଡେଲି ମାର୍କେଟ ଏକ ଜନବହୁଳ ଅଞ୍ଚଳ ହୋଇଥିବା ଯୋଗୁଁ ତଥା ସହରର ଅଧିବାସୀ ମାନେ ବହୁସଂଖ୍ୟାରେ ଉକ୍ତ ରାସ୍ତା ଉପରେ ଦୈନନ୍ଦିନ କାର୍ଯ୍ୟ ତଥା ବ୍ୟବସାୟ ନିମନ୍ତେ ନିର୍ଭର କରୁଥିବା ଯୋଗୁଁ ରାସ୍ତା ନିର୍ମାଣ କାର୍ଯ୍ୟ ର ଅଧିକାଂଶ ଅଂଶ ରାତ୍ରି ସମୟରେ କରାଯିବ। ଫଳରେ ଦିନବେଳେ ଲୋକଙ୍କ ଗମନାଗମନ ତଥା ବ୍ୟବସାୟ ଇତ୍ୟାଦି ଲାଗି ଅସୁବିଧା ରହିବ ନାହିଁ।  ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ ଅଢେଇ ମାସ ସମୟ ଲାଗିବ ବୋଲି ସେ ସୂଚନା ଦେଇଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ ବ୍ୟକ୍ତି ତଥା ବ୍ୟବସାୟୀ ମାନେ ନିଜ ନିଜ ମତ ରଖିଥିଲେ। କିଛି ବ୍ୟକ୍ତି ତଥା ବ୍ୟବସାୟୀ ରାସ୍ତା ନିର୍ମାଣ ତଥା ଉନ୍ନତି କରଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବା ଲାଗି ମତ ପ୍ରକାଶ କରିଥିବା ବେଳେ ଅନ୍ୟ କିଛି ବ୍ୟକ୍ତି ତଥା ବ୍ୟବସାୟୀ ଆସନ୍ତା ଦୂର୍ଗାପୂଜା ପରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ଲାଗି ଅନୁରୋଧ କରିଥିଲେ। ଲକଡାଉନ ଯୋଗୁଁ ଅଧିକାଂଶ ବ୍ୟବସାୟ କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ପୂଜା ସିଜିନ୍ ରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ବ୍ୟବସାୟ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବା ନେଇ ସେମାନେ ମତବ୍ୟକ୍ତ କରିଥିଲେ।  ସମସ୍ତଙ୍କ ମତ ଶୁଣି ସାରିବା ପରେ କମିଶନର ଏଦିଗରେ ଅଧିକ ଆଲୋଚନା କରି ସଂପୃକ୍ତ ଅଞ୍ଚଳର ବ୍ୟକ୍ତି ବିଶେଷ ତଥା ବ୍ୟବସାୟୀ ମାନେ ନିଜ ନିଷ୍ପତ୍ତି ମିଳିତ ଭାବେ ତୁରନ୍ତ ଜଣାଇବା ଲାଗି ଅନୁରୋଧ କରିଥିଲେ। ସେମାନଙ୍କ ନିଷ୍ପତ୍ତି ଜାଣିବା ପରେ କର୍ତ୍ତୃପକ୍ଷ ଖୁବଶୀଘ୍ର ଏହି ଦିଗରେ ପଦକ୍ଷେପ ନେବେ ବୋଲି ଜଣାଇଥିଲେ।

ସୁନ୍ଦରଗଡ଼ ରୁ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here