କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ହୃଦଘାତରେ ବିୟୋଗ ।

ଆଜି କେନ୍ଦ୍ରାପଡା ରାଜନୀତି କ୍ଷେତ୍ରକୁ ଏକ ବହୁତ୍ ବଡ ଶକ୍ତ ଧକା ଲାଗିଛି । କେନ୍ଦ୍ରାପଡା ବ୍ଲକ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନାମ ବନ୍ଧୁ ଧଳଙ୍କ ଗତକାଲି ରାତିରେ ହୃଦଘାତରେ ବିୟୋଗ ହୋଇଯାଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଗତକାଲି ପୂର୍ବାହ୍ନରେ ଅନାମ ବନ୍ଧୁ ଧଳଙ୍କର ଦେହ ହଠାତ୍ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ଅବସ୍ଥାରେ ତାଙ୍କ ଛାତି ଯନ୍ତ୍ରଣା ହେବାରୁ ସେକିଛି ସମୟ ପାଇଁ ଅସ୍ତବ୍ୟସ୍ତ ହୋଇପଡିଥିଲେ । ତାପରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିବା ବିଭାଗୀୟ ଡାକ୍ତର ଘୋଷଣା କରିବାପରେ କେନ୍ଦ୍ରାପଡା ସହର ବାସୀଙ୍କ ମନରେ ଶୋକ ଓ ନୈରାଶର ଛାୟା ଖେଳିଯାଇଥିଲା । ପ୍ରଥମେ ତାଙ୍କ ପ୍ରାର୍ଥିବ ମର ଶରୀରକୁ କେନ୍ଦ୍ରାପଡା ବ୍ଲକ୍ ପରିସରକୁ ଏକ ସୁସଜିତ ଗାଡି ମାଧ୍ୟମରେ ହଜାର ହଜାର ଜନସମାଗମ ଓ ଶୋକାକୂଳ ପରିବେଶ ମଧ୍ୟରେ ନିଆଯାଇ ପୁଷ୍ପମାଲ୍ୟ ପ୍ରଦାନ କରାଯାଇ ତାଙ୍କ ଅମର ଆତ୍ମାର ସଦଗତୀ କାମନା ବିଡିଓଙ୍କ ସମସ୍ତ ବ୍ଲକ୍ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ କରିଥିଲେ । ଏବଂ ଶୋକାକୂଳ ପରିବେଶ ଭିତରେ ଅନାମ ଭାଇ ଅମର ରହେ ବିଭିନ୍ନ ସ୍ଲୋଗାନ ମାନ ଦିଆଯାଇଥିଲା । ପରେ ତାଙ୍କ ଶୋବଳାସ୍ଥିତ ବାସଭନକୁ ନିଆଯାଇ ସମଗ୍ର ଗାଂଗପଡା ପଞ୍ଚାୟତ ମଧ୍ୟରେ ଏକ ଶୋଭାଯାତ୍ରାରେ ଶୋକାକୁଳ ପରିବେଶ ମଧ୍ୟରେ ଶବ ବାହାକ ଗାଡିକୁ ବୁଲାଯାଇ ତାଙ୍କ ଗ୍ରାମ୍ୟ ଶ୍ମସାନରେ ତାଙ୍କ ୧୦ ବର୍ଷର କୁନି ପୁଅ ମୂଖାଗ୍ନୀ ଦେବାପରେ ତାଙ୍କ ଶବଦାହ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା । ସେଜଣେ ମେଳାବି, ସ୍ନେହିଁ ଓ ବନ୍ଧୁ ବତ୍ସଳ ଏବଂ ସଫଳ ରାଜନେତା ଥିଲେ । ସେ ଗତ ପଞ୍ଚାୟତ ଇଲେକ୍ସନ୍ ପରେ ପରେ ବ୍ଲକ୍ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ କାର୍ଯ୍ୟକରି ଆସୁଥିଲେ । ସେ କେନ୍ଦ୍ରାପଡା ବ୍ଲକରେ ଅନେକ ଗରିବ ଲୋକମାନଙ୍କର ଦୁଃଖ ଦୁର୍ଦ୍ଦଶା ସମୟରେ ଲୋକମାନଙ୍କ ପାଖରେ ପହଞ୍ଚି ସାହାଯ୍ୟର ହାତବଢାଇବା ସହିତ ଲୋକମାନଙ୍କ ପାଇଁ ଅନେକ ଉର୍ଣ୍ନତୀ ମୂଳକ କାର୍ଯ୍ୟ କରିଥିବା ଜଣାପଡିଛି । ତାଙ୍କ ବିୟୋଗରେ କେନ୍ଦ୍ରାପଡା ରାଜନିତୀ କ୍ଷେତ୍ରରେ ତାଙ୍କ ଜାଗାରେ ଏକ ଶୃନ୍ୟସ୍ଥାନ ପୂରଣ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମୂଖ୍ୟ ଆଲୋଚ୍ୟର ବିଷୟ ପାଲଟିଛି । ତାଙ୍କ ବିୟୋଗରେ ରାଜ୍ୟ,ପୃର୍ବତନ ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତରାଇ,ବିଜେଡି ରାଜ୍ୟ ସହସମ୍ପାଦକ ଶ୍ରୀଯୁକ୍ତ ରାଜେଶ ପଣ୍ଡା,ଜିଲ୍ଲା ଯୁବ ବିଜେଡି ଉପଦେଷ୍ଟା ଏବଂ ଓଡିଆ ଚଳଚିତ୍ର ପ୍ରଡୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ), ହିରଣ୍ୟ କୁମାର ପଣ୍ଡା,ପୃର୍ବତନ ମନ୍ତ୍ରୀ ଗଣେଶ୍ଵର ବେହେରା,ପଟାମୁଣ୍ଡାଇ ବ୍ଲକର ପୂର୍ବତନ ଚ୍ୟାରମାନ ନିଶୀକାନ୍ତ ପ୍ରଧାନ,ବିଜେପି ବିଧାୟକ ପ୍ରାର୍ଥୀ ସୁନାକର ବେହେରା,କାନନବାଳା ଦାସ,ଧୂମାନ୍ତ ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ରେଣୁବାଳା ସାହୁଙ୍କ ସମେତ ସବୁ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ଏବଂ ସଭ୍ୟାମାନେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ବେଳେ ତାଙ୍କ ଗ୍ରାମ୍ୟ ମଶାଣିରେ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିବା ସହିତ ତାଙ୍କ ପରିବାରର ସମସ୍ତ ସଦସ୍ୟ ମାନଙ୍କ ମଂଗଳ କାମନା ନିମନ୍ତେ କେନ୍ଦ୍ରାପଡାର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଶିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here